ମହାପ୍ରଭୁଙ୍କ ଛବି ଥିବା ପାଦପୋଛା ହଟିଲା । ତୀବ୍ର ବିରୋଧ ପରେ ହଟାଇଲା ଚୀନ୍ ଇ-କମର୍ସ ପ୍ଲାଟଫର୍ମ AliExpress । ଏହାକୁ ଅପସାରଣ କରାଯାଇଥିବା X'ରେ ପୋଷ୍ଟ କରି କହିଲା AliExpress ।ରିପୋର୍ଟ କରାଯିବା ପରେ ସେହି ଜିନିଷକୁ ସମୀକ୍ଷା କରି ଅପସାରଣ କରିଛୁ’ ବୋଲି ପୋଷ୍ଟରେ କୁହାଯାଇଛି । ତେବେ ଏହାକୁ ନେଇ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିନ୍ଦା କରିବା ସହ ୱେବ୍ ସାଇଟକୁ କ୍ଷମା ମାଗିବା ପାଇଁ କହିଥିଲେ। ମହାପ୍ରଭୁ ଜଗନ୍ନାଥ ପ୍ରତି ଓଡ଼ିଆଙ୍କ ଆତ୍ମା ବୋଲି କହିଥିଲେ। କଂଗ୍ରେସ ବିଧାୟକ ଫିରଦୌସ୍ ମଧ୍ୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଆଲି ଏକ୍ସପ୍ରେସର ଏପରି କାର୍ଯ୍ୟ ଗ୍ରହଣୀୟ ନୁହେଁ ଓ ଏହା କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ପ୍ରଭାବିତ କରିବା ସହ ଏଥିପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ସାର୍ବଜନୀନ କ୍ଷମା ପ୍ରାର୍ଥନା ମଧ୍ୟ କରାଯିବା ଉଚିତ।
