ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ( ଆର୍ ବି ଆଇ) ଗଭର୍ନର ଶକ୍ତିକାନ୍ତ ଦାସ। ଏହି ଅବସରରେ ସେ ପୁରୀ ଯାଇ ହାପ୍ରଭୁଙ୍କ ଦର୍ଶନକରିଛନ୍ତି। ତାଙ୍କ ସହିତ ତାଙ୍କ ସହଧର୍ମିଣୀ ମଧ୍ୟ ରହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସମୟରେ କୌଳିକ ସେବାୟତ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଏସ୍ପି ପିନାକ ମିଶ୍ର ଉପସ୍ଥିତ ରହିଥିଲେ। ଏଥି ସହିତ ଆର୍ବିଆଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ଉଭୟ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ ଖୁବ ଭାବବିହ୍ବଳ ହୋଇଛନ୍ତି ।
ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ସେବାୟତଙ୍କ ତରଫରୁ ତାଙ୍କୁ ସିଂହଦ୍ୱାର ଠାରେ ଖଣ୍ଡୁଆ ଦେଇ ସ୍ବାଗତ କରାଯାଇଥିଲା। ପ୍ରାୟ ଅଧଘଣ୍ଟା ଶ୍ରୀମନ୍ଦିରରେ ବିତେଇବା ସହ ବିମଳା, ଲକ୍ଷ୍ମୀ ଓ ପାର୍ଶ୍ୱ ଦେବାଦେବୀଙ୍କୁ ସେ ଦର୍ଶନ କରିଥିଲେ।ବଡଦେଉଳ ସମ୍ମୁଖରୁ କୌଳିକ ସେବାୟତ ଆର୍ବିଆଇ ଗଭର୍ଣ୍ଣରଙ୍କୁ ପାଛୋଟି ନେବା ସହ ସିଂହଦ୍ବାର ନିକଟରେ ଥିବା ପତିତପାବନଙ୍କୁ ଦର୍ଶନ କରାଇଥିଲେ। ପରେ ବାଇଶି ପାହଚ ଦେଇ ଆର୍ବିଆଇ ଗଭର୍ଣ୍ଣର ଭିତକୁ ପ୍ରବେଶ କରିଥିଲେ।