ପବିତ୍ର ରଥଯାତ୍ରାରେ ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର । ଶୂନ୍ୟ ପହଣ୍ଡିରେ ଆସି ଦେବଦଳନ ରଥରେ ବିରାଜିଛନ୍ତି ଚକ୍ରରାଜ ଶ୍ରୀସୁଦର୍ଶନ । ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ । ଏହାପରେ ଧାଡି ପହଣ୍ଡିରେ ଆସୁଛନ୍ତି ବଡଠାକୁର ଶ୍ରୀବଳଭଦ୍ର । ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ କମ୍ପୁଛି ଶ୍ରୀମନ୍ଦିର । ରଥଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର ଧାମ । ବଡଦାଣ୍ଡରେ ଆଜି ହନୁମାନ, ମହାଦେବ ପୁଣି ବୃନ୍ଦାବନ କୃଷ୍ଣ ବେଶଧାରୀଙ୍କ ଭିଡ । ବିଭିନ୍ନ ବେଶ ଧାରଣ କରି ମହାପ୍ରଭୁଙ୍କ ସେବା କରିବାକୁ ବାହାରି ପଡିଛନ୍ତି ଏହି ବେଶଧାରୀ ନୃତ୍ୟଶିଳ୍ପୀ । ରଥଯାତ୍ରାରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତ ବିଭିନ୍ନ ବେଶରେ ନୃତ୍ୟ ପରିବେଷଣ କରିବା ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି । ଏଥର ବି ରଥଯାତ୍ରାରେ କିଏ ହନୁମାନ ବେଶରେ ତ କିଏ ଶିବ ବେଶରେ ଆଉ କିଏ ଗନ୍ଧର୍ଭ ବେଶରେ ଆଉ କିଏ କୃଷ୍ଣ ରୂପରେ ନୃତ୍ୟ ପରିବେଷଣ କରୁଛନ୍ତି ।ଏହାକୁ ସେମାନେ ଗୋଟିଏ ସେବା ବୋଲି ଭାବି ନିଅନ୍ତି। ରଥ ଆଗରେ ନୃତ୍ୟ ପରିବେଷଣ କରିବା ଦ୍ୱାରା ଭକ୍ତି ଭାବ ଆସିଥାଏ।
