ମହାପ୍ରଭୁଙ୍କ ପାଖକୁ ଫେରିବ ଓଡ଼ିଶା ବାହାରେ ପଡ଼ିରହିଥିବା ଭୂ-ସମ୍ପତ୍ତି।ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଂପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ମହାପ୍ରଭୁଙ୍କର ୫୮ ହଜାର ଏକର ଜମି ରାଜ୍ୟ ଓ ରାଜ୍ୟ ବାହାରେ ଅଛି। ସେଥିମଧ୍ୟରୁ ୩୬ ହଜାରରୁ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ କରିସାରିଛୁ । ବାକି ଜମିର କାଗଜପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ଜାରି ରହିଛି । ସରକାର ବହୁତ ତ୍ୱରିତ ଏହି କାଯ୍ୟ ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କର ଭୂସଂପତ୍ତି ସଠିକ ଆକଳନ ପାଇଁ କାମ ଚାଲିଛି ।
