ମହାପ୍ରସାଦକୁ ଅସମ୍ମାନ। ହୋଟେଲର ଡାଇନିଂ ଟେବୁଲ୍‌ରେ ବସି କଲେ ପ୍ରସାଦ ସେବନ

ମହାପ୍ରସାଦକୁ ଅସମ୍ମାନ କରାଇଥିବା ଭଳି ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ଏହି ଖବର ପ୍ରଘଟ ହେବା ପରେ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହା ମହାପ୍ରସାଦକୁ ସଂପୂର୍ଣ୍ଣ ଅସମ୍ମାନ ବୋଲି ସ୍ପଷ୍ଟ ଜଣାପଡୁଛି । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ଜଡ଼ିତ ମହାପ୍ରଭୁଙ୍କ ମହାପ୍ରସାଦ ଦୁର୍ମୂଲ୍ୟ ହୋଇଥିବା ବେଳେ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ଡାଇନିଂରେ ବସି ଖାଉଥିବା ପର୍ଯ୍ୟଟକ ଓଡ଼ିଆ ଲୋକ ବୋଲି ଜଣାପଡିଛି । ଜଣେ ଓଡ଼ିଆ ହୋଇ କିପରି ଭାବେ ମହାପ୍ରଭୁଙ୍କ ମହାପ୍ରସାଦଙ୍କୁ ଅସମ୍ମାନ କରିଲେ, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପିରିକି ଜଣେ ବ୍ରାହ୍ମଣ ମହାପ୍ରସାଦ ପରଷୁଥିବାର ଦେଖିବାକୁ ମିଳିଛି । ଅପରପକ୍ଷରେ କିଛି ବ୍ୟକ୍ତି ଏପରି ଦୃଶ୍ୟ ଦେଖିବା ପରେ ମହାପ୍ରସାଦ କି ଏପରି ସେବନ କରନ୍ତି ନାହିଁ ବୋଲି ବୁଝାଇଥିଲେ। ମାତ୍ର ସେମାନେ ଜାଣି ନ ଥିବା ନେଇ କହିଥିଲେ। ତେବେ ଓଡ଼ିଆ ହେଇ ମହାପ୍ରଭୁଙ୍କ ମହାପ୍ରସାଦ ତଳେ ବସି ଖାଇବା ଓ ମହାପ୍ରସାଦର ମାହାତ୍ମ୍ୟ ଜାଣି ନଥିବା କହି ନିଜ ଦୋଷ ଛିଡ଼ାଇବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି। ତେବେ ମହାପ୍ରଭୁଙ୍କ ମହାପ୍ରସାଦକୁ ଏହିପରି ଅସମ୍ମାନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେବାୟତ ମହଲରେ ମତ ପ୍ରକାଶ ପାଇଛି।

ଅଧିକ ପଢନ୍ତୁ

kc ads