ମହାଶିବରାତ୍ରି ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆଜି ପବିତ୍ର ମହାଶିବରାତ୍ରୀ। ଓମ୍ ନମଃ ଶିବାୟ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ରାଜ୍ୟର ସବୁ ଶିବାଳୟ। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’ରେ ଲେଖିଛନ୍ତି, ମହାଶିବରାତ୍ରି ପବିତ୍ର ଅବସରରେ ମୁଁ ମୋର ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୁଁ ପ୍ରାର୍ଥନା କରୁଛି ଯେ ପରମ ଭଗବାନ ମହାଦେବଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହୁ ଏବଂ ଆମ ଦେଶ ପ୍ରଗତି ପଥରେ ଆଗକୁ ବଢ଼ୁ। ଠିକ୍ ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ‘ଏକ୍ସ’ରେ ଲେଖିଛନ୍ତି, ମୁଁ ମୋର ସମସ୍ତ ଦେଶବାସୀଙ୍କୁ ମହାଶିବରାତ୍ରିର ବହୁତ ବହୁତ ଶୁଭକାମନା ଜଣାଉଛି। ଏହା ଭଗବାନ ଶିବଙ୍କ ପ୍ରତି ସମର୍ପିତ ଏକ ପର୍ବ। ଏହି ଦିବ୍ୟ ଅବସର ଆପଣମାନଙ୍କ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ, ଏବଂ ଏକ ବିକଶିତ ଭାରତ ପାଇଁ ସଂକଳ୍ପକୁ ମଧ୍ୟ ମଜବୁତ କରୁ। ହର ହର ମହାଦେବ!

ଅଧିକ ପଢନ୍ତୁ