ମହାଶିବରାତ୍ରୀରେ ବାସ୍ତୁଦୋଷରୁ ମୁକ୍ତି ପାଇଁ ଏହି କାମ କରନ୍ତୁ

ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପବିତ୍ର ମନରେ ଆରାଧନା କଲେ ପ୍ରଭୁକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ କଣ ନିୟମ ରହିଛି ଯାହା କରିବା ଦ୍ୱରା ଘରେ ସୁଖ ଓ ଶାନ୍ତି ଆସେ ତେବେ ଏହି ପବିତ୍ର ଦିନରେ ଭୋର୍‌ରୁ ଗଙ୍ଗାଜଳ, ମଧ୍ୟାହ୍ନରେ କ୍ଷୀର, ସନ୍ଧ୍ୟାରେ ମହୁ ଏବଂ ରାତିରେ ଘିଅରେ ପ୍ରଭୁଙ୍କର ଅଭିଷେକ କଲେ ଘରେ ସମସ୍ତଙ୍କର ମଙ୍ଗଳ ହେବା ସହ ସକାରାତ୍ମକ ଊର୍ଜ୍ଜା ବୃଦ୍ଧି ପାଇଥାଏ।

ଓମ୍‌ ନମଃ ଶିବାୟ ମନ୍ତ୍ର ଜପ କରିବା ସହ ପ୍ରଭୁଙ୍କୁ ୧୦୮ ବେଲପତ୍ର ଅର୍ପଣ କରିବା ଶୁଭ ହୋଇଥାଏ। ପ୍ରଭୁଙ୍କୁ ଅର୍ପଣ କରିଥିବା ବେଲପତ୍ରରୁ ଗୋଟିଏ ଆଶୀର୍ବାଦ ସ୍ବରୂପ ଆଣି ଘରର ଟ୍ରେଜେରୀରେ ରଖିଲେ, ଆର୍ଥିକ ସମସ୍ୟା ଦୂର ହୋଇଯାଏଘରେ ଯଦି ସବୁବେଳେ ଝଗଡ଼ା ଲାଗୁଥାଏ କିମ୍ବା ରୋଗବ୍ୟାଧି ଦେଖାଯାଉଥାଏ, ତା’ହେଲେ ଘରର ଉତ୍ତର ପୂର୍ବ ଦିଗରେ ଥିବା କୌଣସି ଶିବ ମନ୍ଦିରରେ ମହାଶିବରାତ୍ରୀ ଦିନ ଜଳାଭିଷେକ କଲେ ଏହି ସମସ୍ୟାରୁ ଅନେକାଂଶରେ ମୁକ୍ତି ମିଳିଥାଏ |ମହାଶିବରାତ୍ରୀ ଦିନ ମହାପ୍ରଭୁ ଶିବଙ୍କର ସମ୍ପୂର୍ଣ୍ଣ ପରିବାର(ଭଗବାନ ଶିବ, ମାତା ପାର୍ବତୀ, ପ୍ରଭୁ କାର୍ତ୍ତିକେୟ ଓ ପ୍ରଭୁ ଗଣେଶ) ଏକାଠି ଥିବା ଫଟୋ ଘରେ ଲଗାଇଲେ ପିଲାମାନେ ଆଜ୍ଞାକାରୀ ହୋଇଥାନ୍ତି। ପରିବାର ସଦସ୍ୟଙ୍କ ଭିତରେ ପ୍ରେମ, ଭଲ ପାଇବା ବଢିଥାଏ।

ଅଧିକ ପଢନ୍ତୁ