ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ! ବିଲରେ ଫିଙ୍ଗିଦେଲେ ବିବାହିତ ମହିଳାଙ୍କ ମୃତଦେହ

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ସୁନ୍ଦରଗଡ଼ ଟାଉନ ଥାନା ଶଙ୍କରାର ଏକ ବିଲରୁ ମିଳିଛି ମହିଳାଙ୍କ ମୃତଦେହ । ହତ୍ୟା ପରେ ବିଲରେ ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।ଖବର ଅନୁଯାୟୀ, ଗୁରୁବାର ଦିନ ସୁନ୍ଦରଗଡ଼ ଟାଉନ ଥାନା ଶଙ୍କାରର ଏକ ବିଲରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡିଥିବାର ଦେଖିଥିଲେ ।ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ସେପଟେ ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି । ତାଙ୍କ ମୁହଁ ଓ ଶରୀର ଅନେକ ସ୍ଥାନରେ ଗଭୀର କ୍ଷତ ରହିଛି । କଣ ପାଇଁ ଓ କିଏ ମହିଳାଙ୍କୁ ହତ୍ୟା କଲେ କାରଣ ଜଣାପଡିନି ।ମୃତ ମହିଳାଙ୍କ ନାମ ଗୁରୁବାରୀ ମାଝୀ ଓ ସ୍ୱାମୀ ଗୋପାଳ ଲାକ୍ରା ବୋଲି ଜଣାପଡିଛି ।ପୋଲିସ ମୃତକଙ୍କ ସ୍ୱାମୀକୁ ଜେରା କରୁଛି ।

ଅଧିକ ପଢନ୍ତୁ