ନୟାଗଡ଼ ଓଡଗାଁ ଅଞ୍ଚଳରେ ମହିଳାଙ୍କ ଠାରୁ ଭ୍ୟାନିଟ ଛଡ଼ାଇ ନେଉଯାଉଥିବାବେଳେ ଦୁର୍ଘଟଣାର ଶିକାର ହେଲେ ଦୁଇ ଲୁଟେରା । ତେବେ ଲକ୍ଷ୍ମଣ ସାହୁ ଏବଂ ତାଙ୍କ ସ୍ତ୍ରୀ ଗୀତାଞ୍ଜଳୀ ସାହୁ ବାଇକରେ ଭୁବନେଶ୍ବରରୁ ଗାଁକୁ ଆସୁଥିବା ବେଳେ ଏହି ଘଟଣା ଘଟିଛି । ପଣ୍ଡୁସର ନିକଟରେ ଦୁଇ ଲୁଟେରା ବାଇକରେ ଆସି ଗିତାଞ୍ଜଳୀ ଧରିଥିବା ଭ୍ୟାନିଟି ଛଡାଇ ନେଇଥିଲେ ।ଫଳରେ ଭାରସାମ୍ୟ ହରାଇ ଉଭୟ ସ୍ବାମୀ ସ୍ତ୍ରୀ ବାଇକରୁ ଖସିପଡ଼ିଥିଲେ । ସେପେଟ ଦୁଇ ଲୁଟେରା ମଧ୍ୟ ବାଇକରୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକ ଦୁଇ ଲୁଟେରାଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇ ଇଟାମାଟି ଥାନକୁ ଖବର ଦେଇଥିଲେ । ଜଣେ ଲୁଟେରାକୁ ପୋଲିସ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଜଣକୁ ଅକ୍ରୁର ଥାନାରେ ଅଟକ ରଖାଯାଛି । ଉଭୟ ଲୁଟେରାଙ୍କ ନାମରେ ପୂର୍ବରୁ ବହୁ ମାମଲା ରହିଥିବା ଜଣାପଡିଛି ।
