ନିଜ ଜନ୍ମମାଟିରେ ଶୁକ୍ରବାର ଖୁସି ମନାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରର ଉପରବେଡ଼ା ନିଜ ଗାଁ ମହିଳାମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଛନ୍ତି ରାଷ୍ଟ୍ରପତି। ଏହା ସହ ପ୍ରୋଟକଲ ଭାଙ୍ଗି ମହାମହିମ ସାଧାରଣ ଲୋକଙ୍କୁ ମଧ୍ୟ ଭେଟିଥିଲେ।ମାଟିର ଝିଅ ତଥା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଥିଲେ ସ୍ଥାନୀୟ ବାସିନ୍ଦା ।
ମହାମହିମଙ୍କୁ ସ୍ୱାଗତ କରିଛନ୍ତି ଗାଁ ଲୋକଙ୍କ ସହ ସାଙ୍ଗସାଥି ଓ ପରିବାର ବର୍ଗ ।ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଯେଉଁ ନାଚ ଗୀତାର ଆୟୋଜନ କରାଯାଇଥିଲା ତାହାକୁ ଦେଖି ନିଜକୁ ଅଟକାଇ ପାରିନଥିଲେ ମହାମହିମ ।ସଙ୍ଗେ ସଂଗେ ପ୍ରୋଟୋକଲ ଭାଙ୍ଗି ସେ ଗୀତ ଓ ନୃତ୍ୟ ପରିବେଷଣ କରୁଥିବା ଜାତି ଭଉଣୀ ମାନଙ୍କ ସହ ଧାଡିରେ ଠିଆ ହୋଇଯାଇଥିଲେ ଏହାସହ ନୃତ୍ୟ ମଧ୍ୟ କରିଥିଲେ । ମହାମହିମ ଏହି ସମୟରେ ବେଶ ଖୁସି ରହିଥିବା ଦେଖାଯାଇଥିଲା । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନ ହୁଏ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଥିଲା ।