ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ରହୁଥିବା ୪୦ ବର୍ଷିୟ ଋଷିକେଶ ବୈଦ୍ୟ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ଯାହାଙ୍କ ଉପରେ ମହିଳାଙ୍କ ସହ ଦୁଷ୍କର୍ମ କରିବାର ଅଭିଯୋଗ ଲାଗିଛି।ଏହି ବ୍ୟକ୍ତି ଜଣଙ୍କ ନିଜକୁ ଭଗବାନ ଶିବଙ୍କର ଅବତାର କହୁଥିଲେ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ମହିଳାଙ୍କୁ ଫସାଇବାର ଉପାୟ ଆପଣାଉ ଥିଲେ।ପୁଣେର ମାଞ୍ଜରୀ ଅଞ୍ଚଳର ଏକ ଲଜରେ ଅଭିଯୁକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ମେ ୨୦୨୪ରେ ବସଇର ଏକ ହୋଟେଲରେ ପୁଣି ଯୌନ ଶୋଷଣର ପ୍ରୟାସ କରାଯାଇ ଥିଲା। ପୀଡ଼ିତା ୩୪ ବର୍ଷିୟା ପୁଣେ ନିବାସୀ ମହିଳା , ଯିଏକି ଅଭିଯୁକ୍ତ ବ୍ଲାକମେଲ୍ କରି ଧୋକା ଦେବା କାରଣରୁ ଅନେକ ଦିନ ଧରି ଚୁପ୍ ରହିଥିଲେ। ଅଭିଯୁକ୍ତ ଜଣଙ୍କ ପାଲଘର ଠାରେ ଏକ ସାମାଜିକ ସଙ୍ଗଠନ ଚଳାଉ ଥିଲା। ଏଠାରେ ସେ ବିଭିନ୍ନ କାର୍ଯ୍ୟକଳାପ କରୁଥିଲା।
ପୁଲିସ ଅଧିକାରୀଙ୍କ ମୁତାବିକ , ଅଭିଯୁକ୍ତର ଉପାୟ ଆହୁରି ଅନେକ ମହିଳାଙ୍କ ସହ ମଧ୍ୟ ଦୋହରା ଯାଇଥିଲା, ଯେଉଁଥିରେ ସେ ନିଜକୁ ଦିବ୍ୟଶକ୍ତିର ଅଧିକାରୀ କହି ତାଙ୍କର ଶୋଷଣ କରୁଥିଲା।
