ରାଜ୍ୟରେ ବଢୁଛି ନାରୀ ନିର୍ଯାତନା। ବିଜେପି ଶାସନ କ୍ଷମତା ଆସିବା ପରଠାରୁ ପ୍ରତିଦିନ ଘଟିଚାଲିଛି ଅମାନବୀୟ ଘଟଣା। ହେଲେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଆଜି ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଛି ବିଜେଡି ଟିମ। ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ସମ୍ପର୍କରେ ରାଜ୍ୟପାଳଙ୍କୁ ଦଳ ଅବଗତ କରାଇଛି । ଅନ୍ୟପଟେ ମାଲକାନଗିରିରେ ଦେଖାଦେଇଥିବା ହିଂସାତ୍ମକ ଘଟଣାର ଅନୁଧ୍ୟାନ ପାଇଁ ଯିବ ବିଜେଡି ପ୍ରତିନିଧିଦଳ । ଏହି ପ୍ରତିନିଧି ଦଳରେ ଜିଲ୍ଲା ସଭାପତି ମାନସ ମାଡ଼କାମୀ, ବରିଷ୍ଠ ନେତା ରବି ନନ୍ଦ, ପ୍ରଦୀପ ମାଝୀ, ରମେଶ ମାଝୀ, ମନୋହର ରାନ୍ଧାରି, ଈଶ୍ୱର ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ନାଏକ ପ୍ରମୁଖ ରହିଛନ୍ତି । ମାନସ ମାଡ଼କାମୀ ଏହି ପ୍ରତିନିଧି ଦଳର କାର୍ଯ୍ୟକ୍ରମକୁ ସଂଯୋଜନା କରିବେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଏହି ପ୍ରତିନିଧି ଦଳ ଗଠନ କରାଯାଇଛି ।
