ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା; ବିଦ୍ୟାଳୟ ପାଠରେ ରହିବ ବାଲ୍ୟ ବିବାହ ବିଷୟ

ମହିଳାଙ୍କ ପାଇଁ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବାଲ୍ୟ ବିବାହ ରୋକିବା ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ସହିତ ପିଲାଙ୍କ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବାକୁ ସ୍ଥିର ହୋଇଛି।ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ସେମାନଙ୍କ ପାଠ୍ୟକ୍ରମରେ ବାଲ୍ୟ ବିବାହ ଉପରେ ଏକ ବିଷୟ ଅନ୍ତର୍ଭୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଛି।ପ୍ରସ୍ତାବିତ ଯୋଜନା ଅନୁସାରେ ଏଣିକି ସବୁ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାୟତସ୍ତରରେ ବାଲ୍ୟ ବିବାହ ନିଷେଧ ଅଧିକାରୀ(ସିଏମ୍‌ପିଓ) ଭାବେ କାର୍ଯ୍ୟ କରିବେ।

ସେମାନେ ମହିଳା ହେଲ୍ପଲାଇନ ନମ୍ବର ୧୮୧, ଚାଇଲ୍ଡ ହେଲ୍ପଲାଇନ ୧୦୯୧, ପୁଲିସ ହେଲ୍ପଲାଇନ ୧୧୨ ଏବଂ ସୁଭଦ୍ରା ହେଲ୍ପଲାଇନ ୧୪୬୭୮ର ୱାଲ୍‌ ପେଣ୍ଟିଂ କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟର ପ୍ରମୁଖ ସ୍ଥାନରେ ଏସବୁ ପ୍ରଦର୍ଶନର ସୁବିଧା କରାଇବେ। ପର୍ଯ୍ୟଟନସ୍ଥଳୀରେ ମହିଳାଙ୍କ ସୁରକ୍ଷା କଡ଼ାକଡ଼ି କରାଯିବା ସହିତ ଯାତ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକରେ ଅଧିକ ସଂଖ୍ୟାରେ ମହିଳା କର୍ମଚାରୀ ନିଯୁକ୍ତି ଓ କେବଳ ମହିଳା କର୍ମଚାରୀ ଥିବା ବସ୍‌ ଚଳାଚଳ ପାଇଁ ମହିଳା ଓ ଶିଶୁ ବିକାଶ ସଚିବ ଦେଇଥିବା କେତେକ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବାକୁ ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଅଧିକ ପଢନ୍ତୁ