ରାଜ୍ୟରେ ପୋଲିସ ମଧ୍ୟ ଚୋରଙ୍କ କବଳରୁ ରକ୍ଷା ପାଇ ନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକରେ ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ବେକରୁ ଦୁଇ ଜଣ ଦୁର୍ବୁତ୍ତ ସୁନା ଚେନ୍ ଝାମ୍ପି ନେଇଛନ୍ତି।ସୂଚନା ଅନୁସାରେ ମହିଳା ଇନ୍ସପେକ୍ଟର ଜଣଙ୍କ ଭଦ୍ରକ କଚେରୀ ବଜାରରୁ ପରିବା କିଣୁଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ସୁନା ଚେନ୍ ଝାମ୍ପିନେଇଥିଲେ । ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଛନ୍ତି ଲୋକେ । ମାତ୍ର ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଲୁଟ୍ ରେ ବ୍ୟବହାର ଗାଡିକୁ ମଧ୍ୟ ସ୍ଥାନୀୟ ଲୋକେ କାବୁ କରିବା ସହିତ ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଜିମା ଦେଇଛନ୍ତି । ମହିଳା ଇନ୍ସପେକ୍ଟର ବର୍ତ୍ତମାନ ଏସପିଙ୍କ କାର୍ଯ୍ୟାଳୟରେ ସ୍ପେଶାଲ ରିପୋର୍ଟ ସେକ୍ସନରେ କାର୍ଯ୍ୟ କରୁଛନ୍ତି । ପୋଲିସ ଘଟଣାସ୍ଥଳରୁ ପଳାଇଯାଇଥିବା ତାଙ୍କ ସହଯୋଗୀ ଏବଂ ତାଙ୍କ ସହଯୋଗୀଙ୍କ ବିଷୟରେ ସୂଚନା ପାଇବା ପାଇଁ ଦୁର୍ବୃତ୍ତଙ୍କୁ ପଚରାଉଚରା କରୁଛି।