ବଲାଙ୍ଗୀର ଜିଲା ତୁଷୁରା ଥାନା ଅଧୀନ ସମରା ଗାଁ ଛକରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କନ୍ଷ୍ଟେବଲ ସ୍ତ୍ରୀଙ୍କୁ କନ୍ଷ୍ଟେବଲ ସ୍ବାମୀଙ୍କ ହତ୍ୟା ଉଦ୍ୟମ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ସମରା ଗାଁର ଜ୍ୟୋତି ପଧାନ ଓ ତାଙ୍କ ପତ୍ନୀ ନୁପୁର ବିଶ୍ୱାଳ ବଲାଙ୍ଗିର ରିଜର୍ଭରେ ପୁଲିସ୍ରେ କନ୍ଷ୍ଟେବଳ ଭାବେ କାମ କରନ୍ତି। ପ୍ରତିଦିନ ପରି ରବିବାର ଅପରାହ୍ନ ପ୍ରାୟ ୪ରୁ ସାଢ଼େ ୪ଟା ବେଳେ ଡ୍ୟୁଟି ସାରି ଉଭୟ ବାଇକ୍ରେ ଗାଁକୁ ଫେରୁଥିଲେ। ତେବେ ସମରା ଛକ ନିକଟରେ କୌଣସି କାଥାକୁ ନେଇ ଉଭୟଙ୍କ ଭିତରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା।
ଏଥିରେ ରାଗି ଯାଇଥିଲେ ଜ୍ୟୋତି ପଧାନ। ସେହି ରାସ୍ତା ପାର୍ଶ୍ୱରେ ଗାଡ଼ି ଛିଡ଼ା କରିଥିଲେ। ଯେଉଁଠି ପୂର୍ବରୁ ତାଙ୍କ ସାଙ୍ଗ ଛିଡ଼ା ହୋଇଥିଲେ। ଅଭିଯୋଗ ଅନୁସାରେ ଜ୍ୟୋତିଙ୍କ ସାଙ୍ଗ ପ୍ରଥମେ ନୁପୁରଙ୍କ ଚୁଟିକୁ ଟାଣି ଧରିଥିଲେ। ତା’ପରେ ନୁପୁରଙ୍କୁ ଜ୍ୟୋତି ଆକ୍ରମଣ କରିଥିଲେ।ଜ୍ୟୋତିଙ୍କ ଆକ୍ରମଣରେ ନୁପୁର ରକ୍ତାକ୍ତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ଚିତ୍କାର ଶୁଣି ରାସ୍ତା ପାର୍ଶ୍ୱ ବିଲରେ କାମ କରୁଥିବା ଲୋକମାନେ ଧାଇଁ ଆସିଥିଲେ। ଲୋକଙ୍କୁ ଦେଖି ନୁପୁରଙ୍କୁ ଛାଡ଼ି ଜ୍ୟୋତି ଓ ତାଙ୍କ ସାଥୀ ସେଠାରୁ ବାଇକ୍ରେ ଚମ୍ପଟ ମାରିଥିଲେ। ତେବେ ମହିଳା କନ୍ଷ୍ଟେବଲ ଥାନାରେ ୨ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣା ତଦନ୍ତ ଆରମ୍ଭ କରିଛି।