କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା ନିଲମ୍ବିତ । ଆସନ୍ତା ୩ ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରି ଅଫିସର ଏବଂ ଜଣେ ମହିଳା ମାର୍ଶଲିଂ ଅଫିସରଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଏପ୍ରିଲ ମାସ ୧୦ ତାରିଖ ଦିନ ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା କଲେକ୍ଟର କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ବ୍ୟବହାର ପ୍ରଦର୍ଶନ କରିଥିବାର ଅଭିଯୋଗ ଆସିଥିଲା । ଅଭିଯୋଗକାରିଣୀ କାର୍ଯ୍ୟରତ ମହିଳାଜଣକ ତାଙ୍କ ଉପରେ ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣାର ଅଭିଯୋଗ ଆଣିଥିଲେ ।