ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ମାର୍ଚ୍ଚ ୮ ପୂର୍ବରୁ ସୁଭଦ୍ରା ଯୋଜନାର ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ପ୍ରଥମ କିସ୍ତି । କିନ୍ତୁ ଦ୍ବିତୀୟ କିସ୍ତି ଏକକାଳୀନ ମହିଳା ଦିବସ ଦିନ କୋଟିଏ ମହିଳାଙ୍କୁ ପ୍ରଦାନ କରାଯିବ । ୯୨ ଲକ୍ଷ ଆବେଦନ କରିସାରିଲେଣି । ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦେଇସାରିଛୁ । ଆଉ ସପ୍ତାହେ ମଧ୍ୟରେ କୋଟିଏ ଆବେଦନ ଆସିଯିବ । ଇ-କେଓ୍ବାଇସି ପାଇଁ ସମୟ ଲାଗୁଛି । ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। ତେବେ କୋଟିଏ ମହିଳାଙ୍କ ନିକଟରେ ଶୀଘ୍ର ପହଞ୍ଚିବ ସୁଭଦ୍ରା ଯୋଜନା ଲାଭ ।