ପୂର୍ବରୁ ଫୋନରେ ୧୦୦ ନମ୍ବରରେ କଲେ ପୋଲିସ ସହାୟତା ମିଳୁଥିଲା । ସେହି ନମ୍ବରଟି ବଦଳି ଯାଇଛି । ଅର୍ଥାତ୍ ୧୦୦ ବଦଳରେ ୧୧୨ କୁ କଲ୍ କରିବାକୁ ପଡିବ । ତେବେ ପୋଲିସ,ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଏକକାଳୀନ ତିନୋଟି ସେବା ମିଳିବ | କେହି ଏହି ନମ୍ବରକୁ ଡାଏଲ କଲେ ବା ନିଜ ମୋବାଇଲର ପାଓ୍ବାର ବଟନକୁ ଲଗାତାର ତିନିଥର ଦବାଇଲେ SOS ବଟନ୍ ଭାବେ ସେହି ମୋବାଇଲରୁ ଏମର୍ଜେନ୍ସି କଲ ସେଣ୍ଟର ୧୧୨କୁ ଆପେ ଆପେ କଲ ଲାଗିଯିବ । ପରେ ଆପଣଙ୍କ ସେବା ପାଇଁ କେଉଁ ପ୍ରକାର ସହାୟତା ଦରକାର ତା ମଧ୍ୟ ଉପଲବ୍ଧ ହେବ ।ଓଡ଼ିଶା ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ‘ପ୍ରତ୍ୟେକ ଦିନ ୧୦ ,୦୦୦ ରୁ ୧୫୦୦୦ କଲ ଆସିଥାଏ ୧୧୨ ହେଲ୍ପଲାଇନ ସେବାକୁ । ସେମାନଙ୍କ ମଧ୍ୟର ୭୭ % ପୁରୁଷ ଫୋନ କଲ୍ କରିଥାନ୍ତି । ଅର୍ଥାତ୍ ମାତ୍ର 23% ମହିଳା ଫୋନ କଲ୍ ଯୋଗେ ଏମର୍ଜେନ୍ସି ସେବା ପାଇଁ ଫୋନ କରିଥାନ୍ତି । ୭୫ % ଫୋନ କଲ୍ ପୋଲିସ ସଂକ୍ରାନ୍ତୀୟ ରହିଥାଏ । ମୋବାଇଲ ଚୋରି, ପକେଟମାର୍ ବା ପୋଲିସର ସାହାଯ୍ୟ କରିବାକୁ କଲ୍ ଆସିଥାଏ ।ସେହିପରି ୧୫ % ଫୋନ କଲ୍ କେବଳ ଅଗ୍ନିଶମ ସେବା ସଂକ୍ରାନ୍ତୀୟ ବା କୌଣସି ଦୁର୍ଘଟଣାରୁ ଉଦ୍ଧାର ପାଇଁ କଲ୍ ଆସିଥାଏ । ପାଣିରେ ବୁଡିଯିବା, ଗଛକଟାରେ ବାଧକ ସୃଷ୍ଟି ହେଲେ ଏପରି କଲ୍ ଆସିଥାଏ । ୧୦ ପ୍ରତିଶତ କଲ୍ ଆମ୍ବୁଲାନ୍ସ ସେବା ପାଇଁ ଆସିଥାଏ ।
