ତୃଣମୂଳ କଂଗ୍ରେସ (TMC) ଏମପି ମହୁଆ ମୋଇତ୍ରାଙ୍କ ଏକ ମନ୍ତବ୍ୟକୁ ନେଇ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତୀବ୍ର ସମାଲୋଚନା କରିଛନ୍ତି। ପୂଜାରୀ କହିଛନ୍ତି ଯେ, ମହୁଆ ତାଙ୍କ ମନ୍ତବ୍ୟରେ କ’ଣ କହୁଛନ୍ତି ତାହା ନିଜେ ବୁଝି ପାରୁନାହାନ୍ତି। “ଓଡ଼ିଆ ପୁଅକୁ ବାହା ହୋଇଛନ୍ତି, ମାସେ ପୂରିନି ଶ୍ବଶୁର ଘରକୁ ଧମକ ଦେଉଛନ୍ତି।”ଶାଶୂ ଘର କଲେ ଓଡ଼ିଶାରେ କିନ୍ତୁ ମନ ଓ ଶରୀର ଅଛି ବଙ୍ଗଳାରେ । ପିନାକୀ ବାବୁ କ’ଣ କରୁଥିବେ ମୁଁ ବୁଝିପାରୁନାହିଁ । ଇଂରେଜମାନେ ଓଡିଶା କୁ ଧମକେଇ ପାରିଲେନି ଆଉ ମହୁଆ ମୋଇତ୍ରା କିଏ ? ସେ ଓଡ଼ିଶା ପ୍ରତି ଦୃଷ୍ଟି ନଦେଇ ଯଦି ବେଙ୍ଗଲ ପ୍ରତି ଦୃଷ୍ଟି ଦିଅନ୍ତେ ତାଙ୍କ ପାଇଁ ମଙ୍ଗଳ ହୁଅନ୍ତା’ ।ସୁରେଶ ପୂଜାରୀ ଆହୁରି ମଧ୍ୟ କହିଛନ୍ତି, ’ବାଂଲାଦେଶ ଦେଶରୁ ଅନେକ ଅନୁପ୍ରବେଶକାରୀ ପଶ୍ଚିମବଙ୍ଗ ଦେଇ ଅନୁପ୍ରବେଶ କରୁଛନ୍ତି । ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଅନୁପ୍ରବେଶ କରୁଛନ୍ତି । ଯେଉଁ ହିନ୍ଦୁ ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ଯାତନାର ଶିକାର ହେଉଛନ୍ତି ସେମାନଙ୍କୁ ଆଣିବା ପାଇଁ ଆଇନ ବି କରିଛୁ । କିନ୍ତୁ ଅନ୍ୟ ସମ୍ପ୍ରଦାୟର ଲୋକ କାହିଁକି ଆସୁଛନ୍ତି? ସେମାନେ ଆସୁନାହାନ୍ତି ବରଂ ସେମାନଙ୍କୁ ଅଣାଯାଉଛି । ମମତା ବାନାର୍ଜୀଙ୍କ ଟିଏମସି ଦଳ ସେମାନଙ୍କୁ ଆଣୁଛି ନିଜର ଭୋଟର କାୟା ବୃଦ୍ଧି କରିବା ପାଇଁ । ସେମାନଙ୍କୁ ରାସନ କାର୍ଡ ମଧ୍ୟ ଦେଉଛନ୍ତି ଓ ଆଧାର କାର୍ଡ ବି କରୁଛି । ହିନ୍ଦୁମାନଙ୍କ ବିରୁଦ୍ଧରେ ଅପରାଧ କରାଉଛନ୍ତି । ଏମିତି ନ ହେଉ ପଶ୍ଚିମବଙ୍ଗରେ ମୂଳ ଭାରତୀୟ ନାଗରିକ ସେମାନେ ସଂଖ୍ୟାଲଘୁ ହୋଇ ନ ଯାଆନ୍ତୁ । ’ବାକି ଯାହା ଓଡ଼ିଶାରେ ବାଂଲାଦେଶୀ ସନ୍ଦେହରେ କିଛି ଲୋକଙ୍କୁ ଅଟକ ରଖିବା କଥା ମହୁଆ କହିଛନ୍ତି ତାହା ସତ । କାରଣ , ମୁଁ ନିଜେ ବୁଝିଛି ଯେଉଁ ଅନୁପ୍ରବେଶକାରୀ ଧରା ପଡ଼ିଛନ୍ତି ସେମାନେ ପାକିସ୍ତାନ ଓ ବାଂଲାଦେଶ ସହ କଥା ହେଉଛନ୍ତି । ଏହାର ଅର୍ଥ ସେମାନେ ପାକିସ୍ତାନ ଓ ବାଂଲାଦେଶ ସହ ସମ୍ପର୍କରେ ଅଛନ୍ତି ସେଥିପାଇଁ କଥା ହେଉଛନ୍ତି । ଆମେ କ’ ଣ କେବେ ପାକିସ୍ତାନ ସହ କଥା ହେଉଛୁ କି ? ଅନୁପ୍ରବେଶ କାରୀଙ୍କୁ ତଡ଼ିପାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପହଞ୍ଚିସାରିଛି ।
