ଆଇଏଏସ୍ ବିଷ୍ଣୁପଦଙ୍କ ଘର ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ କଂଗ୍ରେସ କର୍ମୀଙ୍କୁ ସୋମବାର ମହୁମାଛି ଆକ୍ରମଣ କରିଛନ୍ତି। ବିଚ୍ ରାସ୍ତାରେ ମହୁମାଛି ଆକ୍ରମଣ କରିବାରୁ କଂଗ୍ରେସ କର୍ମୀ ଏଣେତେଣେ ଦୌଡିବା ଆରମ୍ଭ କରିଥିଲେ।ମହୁମାଛି ପାଇଁ ନାକେଦମ୍ ହେଲେ ପୋଲିସ୍ ଏବଂ କଂଗ୍ରେସ କର୍ମୀ। ଏଥିସହ ହଟହଟା ହୋଇଛନ୍ତି ଖବର ସଂଗ୍ରହ କରୁଥିବା ସାମ୍ବାଦିକ।
ତେବେ ୧୦ ଲକ୍ଷ ଲାଞ୍ଚ ଅଭିଯୋଗରେ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଛାତ୍ର ଓ ଯୁବ କଂଗ୍ରେସ ଆନ୍ଦୋଳନ କରିଥିଲେ। ଅପରପକ୍ଷରେ ମହୁମାଛି ଆକ୍ରମଣ ରେ ଛତ୍ର ଭଙ୍ଗ ଦେଇଥିବା କଂଗ୍ରେସ କର୍ମୀ ପରବର୍ତ୍ତୀ ସମୟ ରେ ପୁଣି ଥରେ ରାଜରାସ୍ତାକୁ ଆସି ଆନ୍ଦୋଳନ ଚଳାଇଥିଲେ।