ମାଆ ତାରାତାରିଣୀଙ୍କର ଆଜି ହେବ ମହାସ୍ନାନ।

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କର ଆଜି ହେବ ମହାସ୍ନାନ । ଚୋରମାନେ ମା’ଙ୍କୁ ସ୍ପର୍ଶ କରିଥିବା ଯୋଗୁ ୧୦୮ ଗରା ଜଳରେ ମା’ଙ୍କର ମହାସ୍ନାନ କରାଯିବ ।ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଆଣି ୯୯୯ ପାହାଚ ଚଢ଼ି ସେବାୟତ ପରିବାରର ମା’ ଭଉଣୀମାନେ ମନ୍ଦିର ଉପରକୁ ଯିବେ। ସେଠାରେ ମା’ଙ୍କର ମହାସ୍ନାନ କରାଯିବ। ଏହା ସହ ବିଭିନ୍ନ ରୀତିନୀତିରେ ମା’ଙ୍କର ପୂଜାର୍ଚ୍ଚନା କରାଯିବ।ସୂଚନା ଅନୁସାରେ ଗତ ୬ ତାରିଖରେ ମା’ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୂପା ଅଳଙ୍କାରକୁ ଚୋର ମାନେ ଚୋରି କରିଥିଲେ । ମା’ଙ୍କୁ ଚୋର ମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯିବ ।

ତେବେ ୩୦ ବର୍ଷ ପୂର୍ବେ ୧୯୯୪ରେ ଏପରି ମା’ଙ୍କ ଚଳନ୍ତି ପ୍ରତିମାକୁ ଦୁର୍ବୃତ୍ତମାନେ ଚୋରାଇ ନେଇଥିଲେ। ଏହା ପୁରୁଷୋତ୍ତମପୁର ଅଞ୍ଚଳ ଲାଗି ଅଶୁଭ ସଙ୍କେତ ହୋଇପଡ଼ିଥିଲା। ଯାହାକି ସେତେବେଳେ ଘଟଣାର କିଛିମାସ ପରେ ପୁରୁଷୋତ୍ତମପୁରବାସୀ ଦୁଇ ଦୁଇଟି ଅପବାଦର ଶିକାର ହୋଇ ଧନଜୀବନ ହରାଇଥିଲେ। ସେହି ୧୯୯୪ରେ ଏଠାରେ ଗୋଟିଏ ପଟେ ମଦମୃତ୍ୟୁର ବୀଭିଷିକା ଦେଖା ଦେଇଥିବାବେଳେ ଅନ୍ୟ ପଟେ ଗୁଳିକାଣ୍ଡ ଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ମଦମୃତ୍ୟୁରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଅନ୍ଧ ହୋଇ ପଡ଼ିଥିଲେ। ସେହିପର ଅନ୍ୟ ଏକ ଘଟଣାରେ ପରିସ୍ଥିତି ଅଣାୟତ ହୋଇ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା।

ଅଧିକ ପଢନ୍ତୁ

Odisha Darpan Digital