ମାଆ ମୁଁ ବର୍ଷା, ତୋ ଉପରେ ବହୁ ଆଶା ଅଛି ।ଶୁଣିଛି ତୁ ସମସ୍ତଙ୍କ ଦୁଃଖ ହରିଥାଉ । ବାସ୍ କାହ୍ନାକୁ ମୋର୍ କରିଦେ । ତୋ ପାଖକୁ ଚିଠି ଲେଖି ଜଣାଉଛି, କାରଣ କାହ୍ନା ମୋ ମନର ମଣିଷ । ମନସ୍କାମନା ପୂରଣ ହେଲେ ସାଙ୍ଗ ହୋଇ ଆସିବୁ, ଦର୍ଶନ କରିବୁ । ମାଆ ମୋ ମନ କଥା ବୁଝେ, ମୋ ଦୁଃଖ ଶୁଣେ ।ଯୁବତୀଙ୍କ ନାଁ ବର୍ଷା ହୋଇଥିବା ବେଳେ, ସେ ତାଙ୍କ ପ୍ରେମିକ କାହ୍ନା ପାଇଁ ଏହି ପ୍ରେମପତ୍ର ଲେଖିଛନ୍ତି । ମାଆ ସମଲେଇଙ୍କ ପାଖକୁ ଆସୁଛି ଅଭିଯୋଗର ଲମ୍ୱା ତାଲିକା । ଭିନ୍ନ ଢଙ୍ଗରେ ପତ୍ର ଲେଖି ଗୁହାରୀ କରୁଛନ୍ତି ଶ୍ରଦ୍ଧାଳୁ ।
କିଏ ମନର ମଣିଷକୁ ମାଗୁଛି ତ କିଏ ସରକାରୀ ଚାକିରୀ । ଆଉ କିଏ ପରୀକ୍ଷାରେ ପାସ୍ କରାଇବା ପାଇଁ ଲେଖୁଛି ପତ୍ର । ହୁଣ୍ଡି ଗଣତିରେ ସାମ୍ନାକୁ ଆସିଛି ସେମିତି ଏହି ପତ୍ର । ଟଙ୍କା ଗଣତି ସମୟରେ ବାହାରିଲା ପ୍ରେମ ସଫଳ ପାଇଁ ମା’ଙ୍କୁ ଲେଖାଯାଇଥିବା ପ୍ରେମପତ୍ର । ସେଥିରେ ନିଜର ପ୍ରେମ କିପରି ସଫଳ ହେବ ସେନେଇ ଯୁବତୀ ଜଣକ ଏହି ପ୍ରେମପତ୍ର ଲେଖିଛନ୍ତି ।