ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଗଡ଼ିଲା ବ୍ରହ୍ମ ତାଳଧ୍ବଜ ରଥ । କିନ୍ତୁ ରଥଟଣା ବେଳେ ବାମ ମୋଡ଼ ଯୋଗୁଁ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ । ରେଲୱେ ଜ୍ୟାକ୍ର ସହାୟତା ନିଆଯାଇଛି । ଆଜି ଦ୍ବିତୀୟ ଦିନରେ ଆଧ୍ୟାତ୍ମିକ ପରିବେଶ ଭିତରେ ଚାଲିଛି ରଥ ଟଣା । ଗତକାଲି ପହଣ୍ଡି ପରେ ଦେବୋତ୍ତର କାର୍ଯ୍ୟାଳୟ ପର୍ଯ୍ୟନ୍ତ ରଥ ଯାଇ ଅଟକିଥିଲା । ପ୍ରତିକୂଳ ପାଗ ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ପାଇଁ ଅପେକ୍ଷା କରିଛନ୍ତି lକେନ୍ଦ୍ରପଡ଼ା ଶ୍ରୀବଳଦେବଜିଉଙ୍କ ରଥଯାତ୍ରାରେ ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଛି । ପୂର୍ବରୁ ଏଭଳି ସମସ୍ୟା ହେବାରୁ ରାସ୍ତା କଡ଼କୁ ମାଡ଼ିଯାଇଥିଲା ବ୍ରହ୍ମ ତାଳଧ୍ବଜ ରଥ । ଜାମର ଲଗାଇ ରଥ ଚକକୁ ସଳଖିବାକୁ ଚେଷ୍ଟା କରାଯାଉଥିଲା । ଚଳିତବର୍ଷ ମଧ୍ୟ ଏଭଳି ମସସ୍ୟା ବେହାରୁ ଭକ୍ତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।
