ମାଓବାଦୀଙ୍କୁ ଧରାଇ ଦେବା ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର ଘୋଷଣା । ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ୍ ୮ କୋଟି ୪୦ ଲକ୍ଷର ପୁରସ୍କାର ରଖାଯାଇଛି । ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଲାଗିଲା ପୋଷ୍ଟର । ପୋଷ୍ଟରରେ ମାଓବାଦୀଙ୍କ ନାଁ, ଫଟୋ ସହ ପୁରସ୍କାର ରାଶି ଉଲ୍ଲେଖ କରିଛି । ଯେଉଁ ବ୍ୟକ୍ତି ମାଓବାଦୀଙ୍କ ସମ୍ପର୍କରେ ପ୍ରଶାସନକୁ ଖବର ଦେବାକୁ ଚାହାନ୍ତି ସେମାନେ ୯୪୩୭୬୭୩୮୩୯ (9437673839) ନମ୍ବରରେ ଯୋଗାଯୋଗ କରିପାରିବେ । ପ୍ରଶାସନ ମାଓବାଦୀଙ୍କ ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ନାମକୁ ଗୋପନ ରଖିବ ।
