ବୌଦ୍ଧ ଜିଲାରେ ମାଓବାଦୀ ଧରାଇବା ପାଇଁ ପୋଷ୍ଟର ମାରି ପୁରସ୍କାର ଘୋଷଣା କରିଛି ପୋଲିସ। ହାଡ଼କୋର ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ ଏଭଳି କିଛି ପୋଷ୍ଟରରେ ଲେଖାହୋଇଛି।କେକେବିଏନ୍ ସଂଗଠନର ୧୦ ଜଣ ମାଓବାଦୀଙ୍କୁ ଧରାଇବା ପାଇଁ ତାଙ୍କ ଉପରେ ରହିଛି ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି। ସୂଚନା ମୁତାବକ ବୌଦ୍ଧ ଜିଲାରେ ମାଓବାଦୀ ଗତିବିଧି ବୃଦ୍ଧି ପାଉଥିବାରୁ ଏହାକୁ ମୂଳପଛ କରିବା ପାଇଁ ଜିଲା ପୋଲିସ ପକ୍ଷରୁ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଭିନ୍ନ ମାଓପ୍ରବଣ ସ୍ଥାନରେ ପୋଷ୍ଟର ଲଗାଯାଇଛି। ଯେଉଁଥିରେ ମାଓବାଦୀଙ୍କୁ ଧରାଇଲେ ଧରାଇବା ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯିବ ବୋଲି ଉଲ୍ଲେଖ ରହିଛି।ଅନ୍ୟପଟେ ମାଓବାଦୀଙ୍କୁ ମଧ୍ୟ ଆହ୍ବାନ ରହିଛି ସେମାନେ ଯଦି ଆତ୍ମସମର୍ପଣ କରନ୍ତି ତାଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଷ୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି।
