ଛତିଶଗଡ଼ର ନାରାୟଣପୁର ଜିଲାର ଅବୁଝମାଡ଼ସ୍ଥିତ ମୋହନ୍ଦୀରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଆଇଟିବିପିର ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ମାଓ ଦମନ ଅପରେସନରୁ ଫେରୁଥିବା ବେଳେ ମାଓବାଦୀ କରିଥିଲେ ଲ୍ୟାଣ୍ଡମାଇଁନ ବିସ୍ପୋରଣ । ଗୁରୁତର ଜବାନ ଆଣିବା ପାଇଁ ଘଟଣାସ୍ଥଳକୁ ଯାଇଛି ହେଲିକ୍ୟାପ୍ଟର । ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ।ଏହି ଅଭିଯାନରେ ଯାଇଥିବା ଯବାନମାନେ ଏପର୍ଯ୍ୟନ୍ତ ଫେରି ନାହାନ୍ତି। ସେମାନେ ଆସିବା ପରେ ସମଗ୍ର ଘଟଣା ବିଷୟରେ ବିସ୍ତୃତ ସୂଚନା ପୃଥକ ଭାବରେ ଦିଆଯିବ।