ଛତିଶଗଡ଼ ବିଜାପୁର ଜିଲ୍ଲାରେ ବିରାଟ ବଙ୍କର ଠାବ ହୋଇଛି । ସେହି ସାହାଯ୍ୟରେ ଖସିଯାଇଛି ଟପ୍ ମାଓନେତା ହିଡମା । ପୋଲିସ ଏନକାଉଣ୍ଟରରେ ୧୨ ମାଓବାଦୀଙ୍କ ନିହତ ପରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଏକ ବଙ୍କର ଠାବ ହୋଇଛି । ବଙ୍କର୍ ଭିତରୁ ମାଓବାଦୀ ଖସି ପଳାଇଥିବାବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।ବିପୁଳ ପରିମାଣର ବିଦ୍ୟୁତ ତାର ମିଳିଥିଲା।ଏଥିସହ ବନ୍ଧୁକ ତିଆରି କରିବା ମେସିନ ଓ ଅନ୍ୟ ବିସ୍ଫୋରକ ମିଳିଥିଲା। ଯାହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ରଖାଯାଇଥିଲା।
ତେବେ ଏକ ବଡ଼ ଧରଣର ଅଘଟଣକୁ ଯବାନ ଏଡାଇ ଦେଇଥିବା କୁହାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଡିଆରଜି ବିଜାପୁର, ଡିଆରଜି ସୁକମା, ଡିଆରଜି ଦାନ୍ତେୱାଡା, କୋବ୍ରା ୨୦୪, ୨୦୫, ୨୦୬, ୨୦୮, ୨୧୦ ଏବଂ ସିଆରପିଏଫ ୨୨୯ ବାଟାଲିୟନର ମିଳିତ ଟିମ୍ ବଡ଼ ମାଓ କ୍ୟାଡରଙ୍କ ଉପସ୍ଥିତି ଖବର ଆଧାରରେ ଅପରେସନ କରିଥିଲେ । ୧୬ ତାରିଖ ସକାଳ ୯ଟାରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।