ମାଓ ନେତା ଜେଜେବାପା ତିରୁପତିଙ୍କୁ ଚିଠି ଲେଖିଲା ନାତୁଣୀ

“ପ୍ରିୟ ଜେଜେବାପା ପ୍ରଣାମ। ମୋତେ ସବୁବେଳେ ଆପଣଙ୍କ ସହ ମିଶିବାକୁ ଇଛା ହେଉଥିଲେ ମଧ୍ୟ ଏଭଳି ସୁଯୋଗ ମୋତେ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ। ମୁଁ ଯେତେବେଳେ ଗଣମାଧ୍ୟମରେ ଆପଣଙ୍କ ସଂପର୍କରେ ପଢେ ମୋତେ ବହୁତ ଗର୍ବ ଲାଗେ। ଏଥିସହ ମନରେ ଭୟ ଓ ଆତଙ୍କ ମଧ୍ୟ ଖେଳିଯାଏ। ଆଉ ବର୍ତ୍ତମାନର ଘଟଣା ଯେଭଳି ରହିଛି ତାକୁ ଦେଖି ବହୁତ ଦୁଃଖି ହେଉଛି। ଆପଣ କେମିତି ଅଛନ୍ତି ଜେଜେବାପା। ମୁଁ ଆପଣଙ୍କ ବହୁତ ଭଲ ପାଉଛି। ତେଣୁ ଏହି କଠିନ ସମୟରେ ତୁମେ ସବୁ ଛାଡି ଘରକୁ ଫେରିଆସ।, ପରିବାର ସଦସ୍ୟ ତୁମକୁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି। ଆମେ ସବୁ ତୁମର ଫେରିବା ବାଟକୁ ଚାହିଁ ବସିଛୁ। ମୋ ଇଛା ଆଜି ପର୍ଯ୍ୟନ୍ତ ସ୍ବପ୍ନରେ ହିଁ ରହିଯାଇଛି। ପରିବାର ଆପଣଙ୍କୁ ନେଇ ଚିନ୍ତାରେ ରହିଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦୟାକରି ଜଙ୍ଗଲରେ ଅସ୍ତ୍ର ଫିଙ୍ଗି ଘରକୁ ଫେରିଆସିବାକୁ ନିବେଦନ କରିଛି ନାତୁଣୀ |

ବାସବରାଜୁ ଗତ ୨୧ ତାରିଖରେ ଏନକାଉଣ୍ଟରରେ ମରିବା ପରେ ମାଓନେତା ତିରୁପତି ମହାସଚିବ ଦୌଡରେ ସାମିଲ ଅଛନ୍ତି।। ମାଓ ନେତା ତିରୁପତି ଓରଫ ଦେବାନ୍ନ ଓରଫ ରାମେଶର ଘର ତେଲଙ୍ଗାନା କରିମନଗର ଆମ୍ବେଦନଗର ଗାଁରେ। ୬ଟି ରାଜ୍ୟର ପୋଲିସ ଦେବନ୍ନାକୁ ଖୋଜୁଛି। ତିରୁପତି ନାଁରେ ଦେଢ଼ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରହିଛି। ଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ସଂଗଠନରେ ସକ୍ରିୟ ରହିଛି ତିରୁପତି। ତେବେ ଏହି ଚିଠି ନିଶ୍ଚିତ ତିରୁପତିଙ୍କ ମନକୁ ବଦାଇବ ବୋଲି ଆଶଂକା କରାଯାଉଛି। ହୁଏତ ଏହି ଚିଠି ପାଇବା ପରେ ତିରୁପତି ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଏ।

ଅଧିକ ପଢନ୍ତୁ

kc ads