ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଯାହାକୁ ନଜରରେ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। । ମୁତୟନ ହେବେ ୩୩ ପ୍ଲାଟୁନ ପୋଲିସ ଫୋର୍ସ । ୬ ଜଣ ଅତିରିକ୍ତ ଏସପିଙ୍କ ସହ ୧୩ ଡିଏସପି, ୩୯ ଇନ୍ସପେକ୍ଟର ନିୟୋଜିତ ହେବେ । ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ ରହିବେ । କାକଟପୁର ଓ ନିମାପଡ଼ା ପଟୁ ଆସୁଥିବା ବସଗୁଡିକ ପାଇଁ କୋଣାର୍କ ହେଲିପ୍ୟାଡ୍ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପୁରୀ ପଟୁ ଆସୁଥିବା ୪ ଚକିଆ ଗାଡ଼ି ରାମଚଣ୍ଡି ଥାନା ନିକଟରେ ଓ କାକଟପୁର ଓ ନିମାପଡ଼ା ପଟୁ ଆସୁଥିଲେ କୋଣାର୍କ ହେଲିପ୍ୟାଡ୍ ନିକଟରେ ରହିବେ ।