ମାଛ କରିଦେଲା ଲକ୍ଷପତି । ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରଳ ତେଲିଆ ମାଛ ।

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରଳ ତେଲିଆ ମାଛ । ଦାମିକିଆ ମାଛ ଦେଖିବା ପାଇଁ ଲାଗିଲା ଲୋକଙ୍କ ଗହଳି । କାହିଁକି ନା ଗୋଟେ ମାଛର ଓଜନ ପାଖାପାଖି ୨୦ କିଲୋରୁ ଅଧିକ ।୨ ମାସର ସାମୁଦ୍ରିକ କଟକଣା ହଟିବା ପରେ ଏବେ ସମୁଦ୍ରରୁ ମାଛ ଧରା ଆରମ୍ଭ ହୋଇଛି। ତେବେ ଲଘୁଚାପ ଜନିତ ବର୍ଷା ପାଇଁ ଓଡ଼ିଶାରେ ମାଛ ଧରା ବନ୍ଦ ରହିଛି। ମାତ୍ର ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇ ବେଶ ମାଲାମାଲ ହୋଇଥିବା ଚର୍ଚ୍ଚା ହେଉଛି। ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ସେଥିମଧ୍ୟରୁ ନନୀ ଗୋପାଳ ନାମକ ଏକ ଟ୍ରଲରର ଜାଲରେ ୨୯ ଟି ତେଲିଆ ଭୋଳା ମାଛ ଧରା ପଡ଼ିଥିଲା । ଏହି ମାଛକୁ ଦୀଘା ମୁହାଣ ନିକଟରେ ଥିବା ମତ୍ସ୍ୟ ନିଲାମ କେନ୍ଦ୍ରକୁ ନିଆଯାଇଥିଲା । ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ଗହଳି ଲାଗିଥିଲା । ପ୍ରତ୍ୟେକଟି ମାଛର ଓଜନ ୨୦ କିଲୋରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ମୋଟ ୨୯ଟି ମାଛକୁ ୩୩ ଲକ୍ଷ ଟଙ୍କାରେ ଏକ କମ୍ପାନୀ କିଣି ନେଇଥିବା ସୂଚନା ମିଳିଛି । ଏହି ମାଛରୁ ବିଭିନ୍ନ ପ୍ରକାର ଜଟିଳ ରୋଗର ଔଷଧ ଏବଂ ପ୍ରସାଧନ ସାମଗ୍ରୀ ତିଆରି ହୋଇଥାଏ । ତେବେ ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନି କରାଯାଏ । ସେଥିପାଇଁ ବଜାରରେ ଏହି ମାଛର ଚାହିଦା ଅଧିକ ଥାଏ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି ।

ଅଧିକ ପଢନ୍ତୁ

kc ads