କେନ୍ଦ୍ରାପଡ଼ା ଜିଲା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସୀ ମହାନଦୀ ମୁହାଣରେ ମଙ୍ଗଳବାର ୪ ମତ୍ସ୍ୟଜୀବୀ ଭାସିଯାଇଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଖବର ଲେଖା ହେବା ସୁଦ୍ଧା ଜଣେ ନିଖୋଜ ଥିବା ଜଣାପଡ଼ିଛି। ଗୋଟିଏ ଡଙ୍ଗାରୀ ମହାନଦୀ ମଧ୍ୟକୁ ମାଛ ମାରିବାକୁ ଯାଇଥିବାବେଳେ ଅଘଟଣ ଘଟିଛି।
