ମାଞ୍ଜା ସୂତା ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ

କଟକରେ ଚାଇନିଜ ମାଞ୍ଜା ସୂତା ଧରପଗଡ ଆରମ୍ଭ କରିବ କଟକ କମିସନରେଟ ପୋଲିସ । ଲୁଚା ଛପାରେ ବେଆଇନ ଭାବେ ବିକ୍ରୀ କରାଯାଉଥିବା ମାଞ୍ଜା ସୂତା ଧରିବା ପାଇଁ ସହରର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି ।ଏପରିକି ମାଞ୍ଜା ସୂତା ବ୍ୟାନ ସହ ବିକ୍ରି ଉପରେ ହାଇକୋର୍ଟ ମଧ୍ୟ କଟକଣା ଲଗାଇଛନ୍ତି। ମାଞ୍ଜା ସୂତା ବିକ୍ରି କଲେ ବ୍ୟବସାୟୀଙ୍କୁ ଧରିବାକୁ କଟକ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଚାଇନିଜ ମାଞ୍ଜା ସୂତା ବ୍ୟବହାର ହେବା ଯୋଗୁଁ ସହରରେ ଅନେକ ଥର ଅନେକ ଦୁର୍ଘଟଣା ଘଟିଛି । ଲୋକଙ୍କ ଜୀବନ ଯିବା ସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ।

ଅଧିକ ପଢନ୍ତୁ