ମାଟ୍ରିକ ପରୀକ୍ଷାର ହେବ ଲାଇଭ୍‌ ଷ୍ଟ୍ରିମିଂ

ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ)ର ଲାଇଭ୍ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା ହେବ। ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ। ମାଟ୍ରିକ୍ ପରୀକ୍ଷାରେ କପି ରୋକିବା ସହ ପ୍ରଶ୍ନପତ୍ର ଭାଇରାଲ ଭଳି ଅନିୟମିତତାକୁ ପ୍ରତିହତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ଏଭଳି ବୈଷୟିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ଫେବ୍ରୁଆରି ୨୧ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ସାଢ଼େ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାୟ ୩ହଜାର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ‌ଦେ‌ବେ।

ମାଟ୍ରିକ୍ ପରୀକ୍ଷା ଭଳି ସର୍ବବୃହତ ପରୀକ୍ଷାରେ ସ୍ବଚ୍ଛତା ଓ ଶୃଙ୍ଖଳା ଆଣିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ଲାଇଭ୍ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୨୪ ମାଟ୍ରିକ୍ ପରୀକ୍ଷାରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ୍‌) ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ କ୍ଷେତ୍ରରେ ଏହା କପି ରୋକିବାରେ ସଫଳ ‌ହୋଇଥିଲା। ଚଳିତବ‌ର୍ଷ ନୂଆ କରି ଲାଇଭ୍ ଷ୍ଟ୍ରିମିଙ୍ଗ୍ ବ୍ୟବସ୍ଥା କେତେ ଫଳପ୍ରଦ ହେବ, ସେ ନେଇ ବୋର୍ଡ ପକ୍ଷରୁ ଆଲୋଚନା ଚାଲିଛି।

ଅଧିକ ପଢନ୍ତୁ

Odisha Darpan Digital