
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ବ୍ରଜେନ୍ଦ୍ର ହାଇସ୍କୁଲ ଏବଂ ଏନଏସି ହାଇସ୍କୁଲର ମାଟ୍ରିକ ୧୯୮୪ ବ୍ୟାଚ ଛାତ୍ରମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ପାଣିପୋଇଲା ସ୍ଥିତ ବୁଢ଼ୀଝର ନେଚର କ୍ୟାମ୍ପ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ବିଜୟ ମହାପାତ୍ର ଏବଂ ଲକ୍ଷ୍ମୀଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ସୁରେନ୍ଦ୍ର ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ବାଲ୍ୟ ବନ୍ଧୁମାନେ ଅତୀତର ଶିକ୍ଷାର୍ଥି ଜୀବନର ସ୍ମୃତି ରୋମନ୍ଥନ କରିବା ସହିତ ବାଲ୍ୟ ବନ୍ଧୁମାନେ ହିଁ ପ୍ରକୃତ ବନ୍ଧୁ ବୋଲି ମତବ୍ୟକ୍ତ କରିଥିଲେ।

ସାମ୍ବାଦିକ ମନୋରଞ୍ଜନ ମିଶ୍ର, ରାଧେଶ୍ୟାମ ମିଶ୍ର, ମଦନ ମୋହନ ମହାପାତ୍ର, ଶିଶିର କୁମାର ନାୟକ, ରଶ୍ମିରଞ୍ଜନ ଦାଶ,ଦିଲିପ କୁମାର ମିଶ୍ର,ଭାଗିରଥି ଦାସ , ସୁଖେନ୍ଦୁ ଦାସ, ଉମେଶ ପାତ୍ର,ଅମୀୟ କର, ଟୁଲୁ ପଟ୍ଟନାୟକ, କମଳ ରାୟ, ମନୋଜ ସାହୁ, ସତ୍ୟନାରାୟଣ ମଲ୍ଲ, ପ୍ରିୟରଞ୍ଜନ ରଥ, ମଧୁସୂଦନ ମହାପାତ୍ର,ତପନ କୁମାର ସାହୁ,ଉମାକାନ୍ତ ମିଶ୍ର ପ୍ରମୁଖ ଯୋଗଦାନ କରି ଆଗାମୀ ଦିନରେ ନୟାଗଡ଼ର ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବା ସହିତ ସମାଜର ଅବହେଳିତ ମାନଙ୍କ ଉନ୍ନତି ପାଇଁ ସହଯୋଗର ହାତ ବଢେଇବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ମାଟ୍ରିକ ୮୪ ବ୍ୟାଚର ଛାତ୍ର ମାନଙ୍କ ସପରିବାର ଅଂଶ ଗ୍ରହଣ କରିଥିବା ବେଳେ ରୋଟାରିଆନ ବୁଲୁ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

