ମାତିଲେ ସାଇବର ଠକ । ନିଜ ଘରେ ୩୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟ ହେଲେ ଦମ୍ପତି

ଚାଲାକି କଲେ ବୋଲି ବଞ୍ଚିଗଲେ । ଆଧାରକାର୍ଡରେ ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହି ବରିଷ୍ଠ ନାଗରିକଙ୍କୁ ୩୫ ଘଣ୍ଟା ଡିଜିଟାଲ ଆରେଷ୍ଟ । ରାଜଧାନୀରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ନାଲକୋର ଅବସରପ୍ରାପ୍ତ ସେଫଟି ବିଭାଗର ମୁଖ୍ୟ ଥିଲେ ସରୋଜ କୁମାର ପଟ୍ଟନାୟକ ତାଙ୍କ ପତ୍ନୀ ନିର୍ଝରନି ପଟ୍ଟନାୟକ ସାଇବର ଲୁଟେରାଙ୍କଠୁ ଅଳ୍ପକେ ବର୍ତ୍ତିଛନ୍ତି । ଠକଙ୍କୁ ଟଙ୍କା ପଠାଇବାକୁ ବ୍ୟାଙ୍କକୁ ଯାଇଥିବା ବେଳେ ଜଣାପଡ଼ିଲା ସତ । ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ଖୋଳତାଡ଼ ଆରମ୍ଭ । ସୂଚନା ଅନୁସାରେ, ପୋଲିସ ପରିଚୟ ଦେଇ ସାଇବର ଠକ ଦମ୍ପତିଙ୍କ ସହ କଥା ହୋଇଥିଲେ । ସେମାନଙ୍କର ଆତଙ୍କି ଲିଙ୍କ ଥିବା କହି ଧମକାଇଥିଲେ । ଏପରିକି କାଶ୍ମୀରରେ ଆତଙ୍କବାଦୀମାନେ ସେମାନଙ୍କ ଆଧାର କାର୍ଡ ବ୍ୟବହାର କରିଛନ୍ତି । ଆଧାର କାର୍ଡ ବ୍ୟବହାର ଯୋଗୁଁ ତାଙ୍କୁ ୬ ଲକ୍ଷର କମିଶନ ମିଳିଛି । ଏପରିକି ମନି ଲଣ୍ଡରିଂ କେସରେ କୁଆଡେ ସେମାନଙ୍କର ସମ୍ପୃକ୍ତି ଅଛି । କୋଟିଏ ଟଙ୍କା ଦେଲେ କେସରୁ ମୁକ୍ତି ମିଳିବ ବୋଲି କହି ଦମ୍ପତିଙ୍କୁ ଠକ ଧମକାଇଥିଲେ ।ଘରର କାଗଜ ପତ୍ର, ଏଫଡ଼ି, ବ୍ୟାଙ୍କ ଡିଟେଲସ ସମେତ ବହୁ ଗୁରୁତ୍ବପୁର୍ଣ ଡକୁମେଣ୍ଟ ଅନ୍ ଲାଇନରେ ନେଇଛନ୍ତି । ଏହାକୁ ନେଇ ଆଜି ସଇବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦମ୍ପତି ।

ଅଧିକ ପଢନ୍ତୁ