ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’ ଗଞ୍ଜେଇ। ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡିଶା ଆକ୍ଟ ୧୦ ର ୨୦୧୩) ର ଧାରା ୨ (ଟି) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର “ଭାଙ୍ଗ” ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି।ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ତେବେ ଭାଙ୍ଗ ବିକ୍ରି ଓ ବ୍ୟବହାରକୁ ନେଇ ଅବକାରୀ ବିଭାଗ କୌଣସି ସ୍ପଷ୍ଟ କରିନଥିବା କହିଛନ୍ତି ନିଶାମୁକ୍ତ କର୍ମୀ । ରାଜ୍ୟ ସରକାର ଏ ନେଇ ସ୍ପଷ୍ଟ କରନ୍ତୁ ବୋଲି ଦାବି ହୋଇଛି ।ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହାକୁ ଖାଦ୍ୟ ଓ ପାନୀୟରେ ମିଶେଇ ଏକ ମନଉତ୍ତେଜକ ଔଷଧ ଭାବରେ ବ୍ୟବହାର କରାଯାଏ ।ଫଳରେ ଏହା ବିଶୃଙ୍ଖଳା, ଶତ୍ରୁତା, ବିକୃତି, ମତିଭ୍ରମ ଏବଂ ଚିନ୍ତା ଶକ୍ତି ହରାଇବାର କାରଣ ହୋଇଥାଏ।