ମାନପୁର ଗାଁରେ ଶିକାରୀ ଗୁଳିରେ ଶିକାରୀ ମୃତ ।

ଢ଼େଙ୍କାନାଳରେ ଅଭାବନୀୟ ଘଟଣା । ଶିକାର ଭାବି ସାଙ୍ଗକୁ ଗୁଳିଗଲା ସାଙ୍ଗ । ବାରହା ଶିକାର ପାଇଁ ଯାଇଥିବା ବେଳେ ଭୁଲବଶତଃ ସାଙ୍ଗକୁ ଗୁଳି । ମୃତକ ହେଲେ ବାବୁଲା ନାଏକ ।ଗୁରୁବାର ରାତିରେ ରାସୋଳ ଥାନା କଦଳୀପାଳ ମାନପୁର ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ ସନ୍ତୋଷ ନାୟକ, ନରେଶ ସ୍ଵାଇଁ, ବାବୁଲା ନାୟକ ଓ ପ୍ରଶାନ୍ତ ନାୟକ ।ଜଙ୍ଗଲରେ ଶିକାର ଖୋଜୁ ଖୋଜୁ ପ୍ରଶାନ୍ତ ଗୁଳିରେ ଟଳି ପଡ଼ିଥିଲେ ବାବୁଲା । ଗୁଳିମାଡ଼ରେ ବାବୁଲା ନିହତ ପରେ ୩ ଜଣ ସାଙ୍ଗ ମୃତଦେହକୁ କାନପୁର ଗାଁ ନିକଟ କାଜୁ ଜଙ୍ଗଲରେ ଲୁଚାଇ ଦେଇଥିଲେ । ପରେ ରାତି ପ୍ରାୟ ୧୨ଟାରେ ଯାଇ ବାବୁଲାଙ୍କ ସ୍ତ୍ରୀଙ୍କୁ ମୃତ୍ୟୁ ଖବର ଦେଇଥିଲେ ।

ଏନେଇ ଗାଁ ଲୋକଙ୍କୁ ଜଣାଇଥିଲେ ବାବୁଲାଙ୍କ ପତ୍ନୀ । ଗାଁ ଲୋକ ରାସୋଳ ଥାନାରେ ଗୁଳିମାଡ଼ରେ ମୃତ୍ୟୁ ନେଇ ଏତଲା ଦେଇଥିଲେ । ଆଉ ବିଳମ୍ବିତ ରାତି ପ୍ରାୟ ୨ଟାରେ ପୋଲିସ କାଜୁ ଜଙ୍ଗଲରେ ପହଞ୍ଚି ମୃତଦେହ ଜବତ କରି ହିନ୍ଦୋଳ ଉପଖଣ୍ଡ ହସ୍ପିଟାଲ୍‌କୁ ବ୍ୟବଚ୍ଛେଦ ପାଇଁ ନେଇଛି ।ପୋଲିସ ଦୁର୍ଘଟଣାସ୍ଥଳରୁ ମୃତଦେହ ଜବତ କରିବା ସହିତ ବନ୍ଧୁକ ମଧ୍ୟ ଜବତ କରିଛି । ଏହାସହିତ ୪ ଜଣଙ୍କୁ ଗିରଫ କଲା ରାସୋଳ ଥାନା ପୋଲିସ।

ଅଧିକ ପଢନ୍ତୁ

kc ads