ବେଳେବେଳେ ଅନ୍ଧବିଶ୍ୱାସ ମଣିଷର ଜୀବନ ନେଇପାରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଧରାକୋଟ ବ୍ଲକ ବେଠୁଆରେ । ଦୀର୍ଘ ୨୧ ଦିନ ଧରି ମା ଙ୍କ ପୀଠରେ ଗୁହାରିଆ ପଡିଥିବା ଜଣେ ଅଵସର ପ୍ରାପ୍ତ ଶିକ୍ଷକ ନିରାଶ ହୋଇ ମନ୍ଦିର ପରିସରେ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଦୀର୍ଘ ୨୧ ଦିନ ଧରି ଅବସର ପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଦାନ ମା ଘୋଡ଼ାଦେଇଙ୍କ ମନ୍ଦିରରେ ଅଧିଆ ପଡିଥିଲେ l ଗୁରୁବାର ତାଙ୍କ ମାନସିକର ୨୧ ଦିନ ପୂର୍ତ୍ତି ହେବାକୁ ଥିଲା l ବୁଧବାର ସେ ମାନସିକ ପୂର୍ଣ୍ଣ କରି ଘରକୁ ଫେରିବା କଥା କହୁଥିବା ବେଳେ ଆଜି ମନ୍ଦିର ପରିସରରେ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି l ଆଗରୁ ମଧ୍ୟ ସେ ସେଠାରେ ଚାରି ଥର ଏମିତି ଅଧିଆ ପଡିଥିଲେ ଏବଂ ଦୁଇ ଦୁଇ ଥର ମାନସିକ ପୂର୍ଣ୍ଣ ହୋଇଥିବା କଥା ପରିବାରକୁ କହିଛନ୍ତି l ହେଲେ ଆଜି ତାଙ୍କର ମନ୍ଦିର ପରିସରରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ପରେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି l ଘଟଣା ସ୍ଥଳରେ ବଡ଼ଗଡ଼ ପୋଲିସ ପହଁଚି ତଦନ୍ତ ଜାରି ରଖିଛନ୍ତି । କାହିଁକି ଓ କ’ଣ ପାଇଁ ମାଙ୍କ ପୀଠରେ ଗୁହାରିଆ ପଡ଼ିଥିଲେ ତାହାର କାରଣ ଅସ୍ୱଷ୍ଟ ରହିଛି।