ରାଜ୍ୟରେ ପୂର୍ବ ବିଜେଡି ସରକାର ଦ୍ୱାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକୁ ବନ୍ଦ ନକରି ଓଡ଼ିଶା ସରକାର ନଅଟି ନୂତନ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭାରେ ଏହା କହିଛନ୍ତି।ତାଙ୍କ ସୂଚନା ମୁତାବକ, କୌଣସି ଯୋଜନା ବନ୍ଦ ହେବା ନେଇ ପ୍ରସ୍ତାବ ଆସିନି । କେତେ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, ଏବେ ସୁଦ୍ଧା 9ଟି ନୂଆ ଯୋଜନା ପ୍ରଣୟନ କରିଛନ୍ତି ନୂଆ ସରକାର । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଶ୍ରୀମନ୍ଦିର ପ୍ରଶାସନ ପାଇଁ କର୍ପସ ଫଣ୍ଡ, ସମୃଦ୍ଧ କୃଷକ ଯୋଜନା, ସୁଭଦ୍ରା ଯୋଜନା, ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ଓଡିଆ ଅସ୍ମିତା କର୍ପସ ଫଣ୍ଡ ଭଳି ଯୋଜନା ଆରମ୍ଭ କରିଛନ୍ତି ମୋହନ ସରକାର । ଏହାସହ ଅନ୍ତୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଓ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାକୁ ଆରମ୍ଭ କରିଛନ୍ତି ନୂଆ ସରକାର ।