ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଓଡିଶା, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଓ ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ରାୟଗଡ ଜିଲ୍ଲା ଗସ୍ତ “ବିଭିନ୍ନ ଉନ୍ନୟନ ଯୋଜନା ଉପରେ ସମୀକ୍ଷା

“ରାୟଗଡ:-ତା. ୨୭/୧୨-ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଦିନିକିଆ ରୟଗଡ଼ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ସମୀକ୍ଷା କାଟିଛନ୍ତି l ଏହି ସମୀକ୍ଷା ବୈଠକରେ ମାନ୍ୟବର ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଝରୀ ଉପସ୍ଥିତ ଥିବା ବେଳେ ରୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଅଧ୍ୟକ୍ଷତା କରଥିଲେ l ସମୀକ୍ଷା ବୈଠକ ପୂର୍ବରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହଙ୍କ ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ଚାଲୁଥିବା ରେଲୱାଇ ପ୍ରକଳ୍ପ, ଜାତୀୟ ରାଜପଥ ଯୋଜନା ଦ୍ୱାରା ହେବାକୁ ଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି, ରାସ୍ତା ଓ ଗୃହ ବିଭାଗ, ଗ୍ରାମୀୟ ନିର୍ମାଣ ବିଭାଗରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ସେତୁବନ୍ଧ ଯୋଜନା, ବୃହତ୍ତ ସେତୁ ବନ୍ଧ ଯୋଜନା ଉପରେ ଆଲୋଚନା କରିଥିଲେ l ସେହିପରି ମହିଳା ଓ ଶିଶୁଵିକାଶ ଯୋଜନା ଅନ୍ତର୍ଗତ ଅଙ୍ଗନବାଡି କେନ୍ଦ୍ରର ଓ ଏହାର କାର୍ଯ୍ୟକାରିତା, ସୁଭଦ୍ରା ଯୋଜନା ଉପରେ ସମୀକ୍ଷା କରିଥିଲେ l ସେହିପରି ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ଉପରେ ଜିଲ୍ଲାର ଖାଉଟି ସଂଖ୍ୟା, ରେସନ କାର୍ଡ, ଓ ଖାଦ୍ୟ ଅlବଣ୍ଠନ, ଖରିଫ ଧାନ ସଂଗ୍ରହ ଉପରେ ପଚାରି ବୁଝିଥିଲେ l ଏହା ସହିତ ଓରମାସ ତରଫରୁ ସ୍ୱୟଂ ସହାୟକ ମାନଙ୍କ ଦ୍ୱାରା କଣସବୁ କାର୍ଯ୍ୟକ୍ରମ ନିଆଯାଉଛି ସେ ଉପରେ ପଚାରି ବୁଝିଥିଲେ l ଏହାପରେ ଜିଲ୍ଲା ମଙ୍ଗଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ବିଭିନ୍ନ ଯୋଜର କାର୍ଯ୍ୟ କାରିତା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଭିତଭୂମି ଓ ସ୍ଵାସ୍ଥ୍ୟ ସେବା ଯୋଗାଇବା ସକ୍ଷମ, ଅନ୍ୟାନ୍ୟ ଯୋଜନା ଓ କାର୍ଯ୍ୟ କାରିତା ଉପରେ ଆଲୋଚନା କରିଥିଲେ l ମଧ୍ୟମ ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପ, କାର୍ଯ୍ୟକାରିତାର ଅଗ୍ରଗତି, ଧlର୍ଯ୍ୟ ସମୟରେ କାର୍ଯ୍ୟ ସମ୍ପାଦନ ଆଦି ଉପରେ ଆଲୋଚନା କରିଥିଲେ l ଜଙ୍ଗଲ ବିଭାଗର ବନିକରଣ, ଜଙ୍ଗଲ ନିଆଁ ପରିଚାଳନା ଓ ମଣିଷ ହାତୀ ବିବାଦର ପରିଚାଳନା ସମୀକ୍ଷା କରିଥିଲେ l ସେହିପରି ଟାଟା ପାୱାର ଉପରେ ଆଲୋଚନା କରି ଗ୍ରାମୀଣ ବିଦ୍ୟୁତ କରଣର ଅଗ୍ରଗତି ଓ ସମସ୍ୟା ଉପରେ ପଚାରି ବୁଝିଥିଲେ l ଗ୍ରାମୀୟ ଜଳଯୋଗାଣ ସଂସ୍ଥା ଉପରେ ସମୀକ୍ଷା କରି ପିଇବା ପାଣି ଓ ନଳରୁ ଜଳ ଯୋଗାଣ ପ୍ରକଳ୍ପ ଉପରେ ବୁଝିଥିଲେ l ସେହିପରି ସାମାଜିକ ସୁରକ୍ଷା ଯୋଜନଲାର କାର୍ଯ୍ୟ କାରିତା l ଜିଲ୍ଲା ଶିଳ୍ପ କେନ୍ଦ୍ର, ଜିଲ୍ଲା ଧକ୍ଷତା ବିକାଶ, ଜିଲ୍ଲା ଶ୍ରମ ବିଭାଗ, କୃଷି ବିଭାଗ ଓ ସମବାୟ ଉପରେ ସମୀକ୍ଷା କରି ଫସଲ ବୀମା ଯୋଜନାରେ ଚାଷୀମାନେ ଯେପରି ଉପକୃତ ହେବେ ସମନ୍ୱୟ ରକ୍ଷା କରି କାର୍ଯ୍ୟକାରିବାକୁ ମାନ୍ୟବର ରାଜସ୍ବ ମନ୍ତ୍ରୀ ନିର୍ଦେଶ ଦେଇଥିଲେ , ଗ୍ରମୀଣ ଆୱାସ ଯୋଜନାରେ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନାର ଅଗ୍ରଗତି,ଉଦ୍ୟlନ ବିଭାଗ, ମତ୍ସ୍ଯ ବିଭାଗ, ଜାଲଛାୟା ମିଶନ, ଜିଲ୍ଲା ପ୍ରାଣିସମ୍ପଦ ଆଦି ଉପରେ ସମୀକ୍ଷା କରିଥିଲେ l ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରୋକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର, ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ, ସିଡିଓ ତଥା ଇଓ ଜିଲ୍ଲାପରିଷଦ, ଶ୍ରୀ ଅକ୍ଷୟ ଖେମୁଣ୍ଡୁ, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣ ଦୀପ କୌର ସାହାଟେ, ଉପଜିଲ୍ଲାପାଳ ରୟାଗଡ଼, ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା କାନୁନଗୋ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡ଼ିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ l ଶେଷରେ ଉପଜିଲ୍ଲାପାଳ ରlୟଗଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଅଧିକ ପଢନ୍ତୁ