ମାପ ଓଜନରେ ସାଧାରଣ ଖାଉଟିକୁ ଠକୁଛନ୍ତି ବ୍ୟବସାୟୀ

ମାପ ଓଜନରେ ସାଧାରଣ ଖାଉଟିକୁ ଠକୁଛନ୍ତି ବ୍ୟବସାୟୀ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସୂଚନା ଦେଇ କହିଛନ୍ତି ଯେ ଦୁଇ ବର୍ଷରେ ସାମ୍ନାକୁ ଆସିଲାଣି ୧୫୩ ମାମଲା । ୨ ବର୍ଷରେ ୩ ଲକ୍ଷ ୧୨ ହଜାର ୩୨୬ ଚଢାଉ ହୋଇଛି । ୧୦ ହଜାର ୭୫୬ ମାମଲା ରୁଜୁ ହୋଇଛି । କେବଳ ମାପ ଓ ଓଜନରେ ୧୫୩ ମାମଲା ଆସିଛି । ବାକି ୧୦ ହଜାର ୬୦୩ ଅନ୍ୟ କାରଣ ପାଇଁ ମୋକଦ୍ଦମା ହୋଇଛି । ମୋଟ୍ ୩ କୋଟି ୧୧ ଲକ୍ଷ ୭୫୦ ଟଙ୍କା ଫାଇନ୍ ଆଦାୟ ହୋଇଛି । ମାପ ଓ ଓଜନ ଠକେଇ ବାବଦରେ ୨୩ ଲକ୍ଷ ୫୧ ହଜାର ଟଙ୍କା ଫାଇନ ଆଦାୟ ହୋଇଛି ।

ଅଧିକ ପଢନ୍ତୁ