ମାରାଥନ ରନର ପୁରସ୍କାର ପ୍ରାପ୍ତ ଫୌଜା ସିଂଙ୍କର ମୃତ୍ୟୁ

ମାରାଥନ ରନର ପୁରସ୍କାର ପ୍ରାପ୍ତ ଫୌଜା ସିଂଙ୍କର ମୃତ୍ୟୁ ହୋଇଛି । ସୋମବାର ଦିନ ପଞ୍ଜାବ ଜଳନ୍ଧରରେ ଏକ ସଡ଼କ ଦୁର୍ଘଟଣାରେ ୧୧୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ସେ ତାଙ୍କ ଜନ୍ମସ୍ଥାନ ବ୍ୟାସରେ ବାହାରେ ବୁଲୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ।ଫଳରେ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିବାରୁ ତାଙ୍କୁ ଜଳନ୍ଧରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଫୌଜା ସିଂଙ୍କ ଜନ୍ମ ଏପ୍ରିଲ ୧ରେ ୧୯୧୧ରେ ପଞ୍ଜାବର ଜଳନ୍ଧର ଜିଲ୍ଲା ବ୍ୟାସରେ ହୋଇଥିଲା । ୯୦ ବର୍ଷ ବୟସରେ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ମାରାଥନ ଦୌଡିବାକୁ ଚେଷ୍ଟା କରିଥିଲେ । ୨୦୦୪ରେ ୯୩ ବର୍ଷ ବୟସରେ ଲଣ୍ଡନ ମାରାଥନ ପୂରଣ କରିଥିଲେ । ୧୦୦ ବର୍ଷ ବୟସରେ ୨୦୧୧ରେ ଟରୋଣ୍ଟୋ ମାରାଥନ ପୂରଣ କରିଥିଲେ ।

ଅଧିକ ପଢନ୍ତୁ

Odisha Darpan Digital

kc ads