ଆଇସକ୍ରିମ୍ ସାଧାରଣ ସମସ୍ତଙ୍କ ପ୍ରିୟ। ତେବେ ହାଇଦ୍ରାବାଦରେ ମିଳୁଛି ଏହି ସୁନାର ଆଇସ୍କ୍ରିମ୍ । ଏହାକୁ ‘ହୁବର ଆଣ୍ଡ ହଲି’ ନାମକ ଏକ ରେଷ୍ଟୁରାଣ୍ଟ ତିଆରି କରିଛି । ଯାହାକୁ ଲୋକେ ସୋସିଆଲ ମିଡିଆରେ ‘ଅମ୍ବାନୀ ଆଇସ୍କ୍ରିମ୍’ ବୋଲି କହୁଛନ୍ତି । କାରଣ ଏହି ଆଇସ୍କ୍ରିମ୍ ଉପରେ ଦିଆଯାଇଛି ସୁନାର ପ୍ରଲେପ । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଏହାର ଦାମ୍ । ଏହା ଏତେ ଅଧିକ ଯେ ଶୁଣିବା ମାତ୍ରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାସ୍ତବରେ ଗୋଟିଏ ଆଇସ୍କ୍ରିମ୍ର ଦାମ୍ ୧୨୦୦ ଟଙ୍କା। । ତେବେ ସୋଶିଆଲ୍ ମିଡିଆରେ ଏହି ସୁନାର ଆଇସ୍କ୍ରିମ୍ ବେଶ୍ ଭାଇରାଲ୍ ହେଉଛି । ଜଣେ ଫୁଡ ବ୍ଲଗର ଏହାର ଭିଡିଓକୁ ସୁଟ୍ କରିଛନ୍ତି। ଯାହା ଏହି ରେଷ୍ଟୋରାର ସବୁଠାରୁ ଦାମୀ ଆଇସ୍କ୍ରିମ ବୋଲି କୁହାଯାଉଛି। ଆଇସକ୍ରିମ୍ ରେଷ୍ଟୋରାର କର୍ମଚାରୀ କିପରି ଏହାକୁ କିପରି ପ୍ରସ୍ତୁତ କରୁଛନ୍ତି ତାହା ମଧ୍ୟ ଦେଖିବାକୁ ମିଳିଛି। ଏହା ସହ ଏହି ଆଇସକ୍ରିମରେ ସୁନାର ପରସ୍ତ ଲାଗିବା ସହ ସୁନା କିଛି ସ୍ପ୍ରେ କରାଯାଇ ଗ୍ରାହାକଙ୍କୁ ଦିଆଯାଉଛି। ଯାହା ଦେଖିବାକୁ ସୁନ୍ଦର ମଧ୍ୟ ଦିଶୁଛି ।
