ଜାନୁଆରୀ ସୁଦ୍ଧା କୋଟିଏ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ସହାୟତା । ଏହା ପରେ ମାର୍ଚ୍ଚରେ ମିଳିବ ‘ସୁଭଦ୍ରା’ ଯୋଜନାର ଦ୍ବିତୀୟ କିସ୍ତି । ଏଥିରେ ମଧ୍ୟ କୋଟିଏ ହିତାଧିକାରୀ ପାଇବେ ଦ୍ବିତୀୟ କିସ୍ତି ଟଙ୍କା । ଏକାକାଳୀନ କୋଟିଏ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା । ସୁଶାସନ ଦିବସ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୮୦ ଲକ୍ଷ ହିତାଧିକାରୀଙ୍କୁ କିସ୍ତି ଟଙ୍କା ପ୍ରଦାନ କରାଯାଇଛି । ତେବେ ଏହି ଟଙ୍କାର ଉପଯୁକ୍ତ ବିନିଯୋଗ ହେଉଛି କି ନାହିଁ ତାହା ଜାଣିବା ପାଇଁ ମନ୍ତ୍ରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି । ୭୫ ପ୍ରତିଶତ ମହିଳା ସୁଭଦ୍ରା ଟଙ୍କା ଦ୍ବାରା ଛୋଟ ବ୍ୟବସାୟ ଆରମ୍ଭ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।