ମାର୍ଚ୍ଚ ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ

୨୦୨୬ ମାର୍ଚ୍ଚ ମାସରେ ବିଭିନ୍ନ ପର୍ବପର୍ବାଣୀ ଏବଂ ସାପ୍ତାହିକ ଛୁଟି ଯୋଗୁଁ ମୋଟ୍ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତୁ ନଜର ପକାଇବା ମାର୍ଚ୍ଚ ମାସର ବ୍ୟାଙ୍କ ଛୁଟି ତାଲିକା ଉପରେ | ତେବେ ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ସେବା ଜାରି ରହିବ । ରବିବାର ପଡ଼ୁଥିବାରୁ ସାରା ଦେଶରେ ୧/୮ / ୧୫ /୨୨ /୨୯ ବ୍ୟାଙ୍କ ବନ୍ଦ ରହିବ ।

୨ ମାର୍ଚ୍ଚରେ ହୋଲିକା ଦହନ ପାଇଁ କାନପୁର ଓ ଲକ୍ଷ୍ନୌରେ ବ୍ୟାଙ୍କ ଖୋଲା ରହିବ ନାହିଁ
୩ ମାର୍ଚ୍ଚରେ ହୋଲିଭୋପାଳ, ମୁମ୍ବାଇ, ପାଟନା, କଲିକତା ଆଦି ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ ।
୪ ମାର୍ଚ୍ଚରେ ହୋଲି ପାଇଁ ଭୁବନେଶ୍ୱର, ଦିଲ୍ଲୀ, ଚଣ୍ଡିଗଡ଼, ଅହମ୍ମଦାବାଦରେ ବନ୍ଦ ରହିବ ବ୍ୟାଙ୍କ
୧୩ ମାର୍ଚ୍ଚରେ ଚାପଚର କୁଟ ପାଇଁ ଆଇଜ୍ୱାଲରେ ବ୍ୟାଙ୍କ ବନ୍ଦ ।
୧୪ ମାର୍ଚ୍ଚ ଦ୍ୱିତୀୟ ଶନିବାର, ତେଣୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
୧୭ ମାର୍ଚ୍ଚରେ ଶବ୍-ଏ-କଦର ପାଇଁ ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ।
୧୯ ମାର୍ଚ୍ଚ ଗୁଡ଼ି ପାଡ଼ୱା/ଉଗାଦି ଆଦି ପର୍ବ ପାଇଁମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ଭଳି ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ ।
୨୦ ମାର୍ଚ୍ଚ ଇଦ୍-ଉଲ୍-ଫିତର/ଜୁମାତ-ଉଲ୍-ବିଦାଜାମ୍ମୁ ପାଇଁ କୋଚି, ଶ୍ରୀନଗର, ତିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ ।
୨୧ ମାର୍ଚ୍ଚରେ ରମଜାନ ଇଦ୍/ସରହୁଲ ପାଇଁ ଅଧିକାଂଶ ସହରରେ ବ୍ୟାଙ୍କ ବନ୍ଦ ।
୨୬ ମାର୍ଚ୍ଚରେ ପବିତ୍ର କାରଣରୁ ବଡ଼ ସହରମାନଙ୍କରେ ବ୍ୟାଙ୍କ ବନ୍ଦ ।
୨୭ ମାର୍ଚ୍ଚରାମ ନବମୀ ପାଇଁ କିଛି ନିର୍ଦ୍ଦିଷ୍ଟ ରାଜ୍ୟରେ ସରକାରୀ ଛୁଟି ଥିବାରୁ ବ୍ୟାଙ୍କ ବନ୍ଦ ରହିବ ।
୨୮ ମାର୍ଚ୍ଚ ଚତୁର୍ଥ ବା ଶେଷ ଶନିବାର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ।
୩୧ ମାର୍ଚ୍ଚ ମହାବୀର ଜୟନ୍ତୀ ପାଇଁ ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ ।

ଅଧିକ ପଢନ୍ତୁ