ମାର୍ଚ୍ଚ ଯାଏଁ ଇସ୍କନକୁ ଡେଡ଼ଲାଇନ ଦେଲେ ଗଜପତି ମହାରାଜା

ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ପୁରୀ ଗଜପତି ମହାରାଜା କହିଛନ୍ତି, ଚିଠି ଲେଖିବା ସତ୍ତ୍ବେ ଇସ୍କନ ନ ମାନି ରଥ ଆୟୋଜନ କରୁଛି। ୩ ତାରିଖର ସ୍ନାନଯାତ୍ରାକୁ ବାତିଲ କଲେ କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି। ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ ନୁହେଁ।୧୯୬୯ରୁ ଇସ୍କନ ଅଦିନରୁ ରଥଯାତ୍ରା ଆୟୋଜନ କରିଆସୁଛି। ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନିଆ ରଥଯାତ୍ରା ହେଉନି। କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଇସ୍କନ ଅଦିନିଆ ରଥଯାତ୍ରା କରୁଛି। ଏଭଳି ହେଲେ ଆଗକୁ ଆମେ ଆଇନର ରାସ୍ତା ନେବୁ। ସେହିଭଳି ନାଇଜେରିଆରେ ୨୩ ନଭେମ୍ବରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଚିଠି ଲେଖିଥିଲେ ଗଜପତି। ବିଧି ଓ ପରମ୍ପରା ଅନୁଯାୟୀ, ରଥଯାତ୍ରା ପାଳନ କରିବାକୁ ବାରମ୍ବାର ଇସ୍କନ ସହ ଆଲୋଚନା ସରିଛି। ଏହାସତ୍ତ୍ବେ ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ଅଦିନିଆ ରଥଯାତ୍ରା ପାଳନ ନିଷ୍ପତ୍ତିକୁ ଜଗନ୍ନାଥପ୍ରେମୀ ନାପସନ୍ଦ କରିଛନ୍ତି। ମାର୍ଚ୍ଚ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡିବ ଏବଂ ଏହା ପରେ ମାର୍ଚ୍ଚରେ ଇସ୍କନ ପରିଚାଳନା କମିଟି ବୈଠକ ବସିବ। ବୈଠକରେ ଯଦି ମାନିଯିବେ ଭଲ କଥା ବୋଲି ଗଜପତି ମହାରାଜା କହିଥିବାବେଳେ ବହୁତ ହେଇଗଲା, ଆଉ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ