ମାର୍ଚ୍ଚ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଗତ ଡ଼ିସେମ୍ବର ୨୫ ବଡ଼ ଦିନ ଏବଂ ନୂଆବର୍ଷ ପାଇଁ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରହିଥିଲା । ପରେ ଏହାକୁ ଜାନୁଆରୀ ୩ରୁ ପୁନଃ ଆରମ୍ଭ କରାଯାଇଥିଳା । ଏହାପରେ ଏଏସ୍ଆଇ ପକ୍ଷରୁ ନିୟୋଜିତ କୁଶଳୀ ଶ୍ରମିକମାନେ ଭିତର ରତ୍ନଭଣ୍ଡାରରେ ଲୁହା ପାଇପ୍ ଭାରାବନ୍ଧା କାମ ଶେଷ କରିଯାଇଥିଲା ।
ହେଲେ ଏହାପରେ ମହାପ୍ରଭୁଙ୍କ ବିଭିନ୍ନ ସ୍ବତନ୍ତ୍ର ନୀତିକାନ୍ତି ପାଇଁ ମରାମତି କାର୍ଯ୍ୟକୁ ପୁଣି ସ୍ଥଗିତ କରାଯାଇଛି । ଏହା ପୁଣି ଆସନ୍ତା ୧୭ରୁ ଆରମ୍ଭ ହେବ । ରତ୍ନଭଣ୍ଡାରେ ଫାଟ ସ୍ଥାନରେ କେମିକାଲ ଟିମ୍ କେମିକାଲ ପ୍ରଲେପ ଦେବା କାମ କରିବ । ପରେ ଚଟାଣରେ ରହିଥିବା ପ୍ଲାଷ୍ଟରକୁ ଛଡ଼ାଇ ଗ୍ରାନାଇଟ୍ ପଥର ପକାଯିବ । ଭିତର ଭଣ୍ଡାର ଦକ୍ଷିଣ ପାଶ୍ୱର୍ର ଗ୍ରିଲ ଉପରେ ରହିଥିବା ବିମ୍କୁ ବଦଳାଇ ଦିଆଯିବ । ମାର୍ଚ୍ଚ ପୂର୍ବରୁ ମରାମତି ସରିବା ଲକ୍ଷ୍ୟ ରଖାଯାଇଛି। ମରାମତି ସରିବା ପରେ ଗଣତିମଣତି ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।