ମାର୍ଚ୍ଚ ୧ ହେଉଛି ବିଶ୍ୱ ଦହିବରା ଦିବସ। 

ମାର୍ଚ୍ଚ ୧ ତାରିଖରେ କଟକବାସୀ ପାଳୁଛନ୍ତି ଦହିବରା ଦିବସ । ଭାରି ସୁଆଦିଆ ପାଟିକୁ । ଏହା କେବଳ କଟକ ନୁହେଁ ଏବେ ବିଶ୍ୱ ଦରବାରରେ ହାସଲ କରିଛି ତାର ସ୍ୱତନ୍ତ୍ର ସ୍ଥାନ । ସବୁଠୁ ସୁଆଦିଆ ଷ୍ଟିଟ୍‌ ଫୁଡ୍‌ ଭାବେ ପାଇଛି ନୂଆ ପରିଚୟ ।ଦହିବରା ପାଇଁ ଅନ୍ୟ ସ୍ଥାନ ତୁଳନାରେ କଟକ ପ୍ରସିଦ୍ଧ। କଟକର ପ୍ରସିଦ୍ଧ ଦହିବରା ଖାଇବା ପାଇଁ ଖାଲି କଟକ ନୁହେଁ ବରଂ ଜିଲା ଓ ରାଜ୍ୟ ବାହାରୁ ମଧ୍ୟ ଲୋକେ ଆସି ଏହାର ସ୍ୱାଦ ନେଇଥାଆନ୍ତି।

କଟକର ମୁଖ୍ୟସ୍ଥାନ ମାନଙ୍କ ଯଥା ବାରବାଟୀ ଷ୍ଟାଡିୟମ, ବଜ୍ରକବାଟି, ବାଦାମବାଡି, ବିଡାନାସୀ ଆଦି ସ୍ଥାନରେ ଦହିବରା ଖାଇବା ପାଇଁ ଲୋକଙ୍କ ବେଶ ଭିଡ ଜମେ।କୁହାଯାଏ ପ୍ରଥମେ ବିଡ଼ାନାସୀରେ ୬ରୁ୭ ଜଣ ଦହିବରା ବେପାରୀ ରହିଥିବା ବେଳେ ଏବେ ଜଣାଶୁଣା ବେପାରୀଙ୍କ ସଂଖ୍ୟା ୩୦ରୁ ଅଧିକ ହେବ । ନୟାଗଡ଼, ଖୋର୍ଦ୍ଧା, ଟାଙ୍ଗୀ ଏବଂ ଆଠଗଡ଼ ଆଦି ସ୍ଥାନରୁ ଆସି ଏଠାରେ ଭଡ଼ାରେ ରହି ପ୍ରାୟ ୨୦୦ରୁ ଅଧିକ ବେପାରୀ ବେପାର କରୁଛନ୍ତି । ୧୯୬୦ ମସିହାରେ ଦହିବରା ପୁଡ଼ିଆ ୫ ଟଙ୍କାରେ ବିକ୍ରି ହେଉଥିଲା ।ଏବେ ବଢ଼ି ପ୍ଲେଟ୍‌ ୩୦ରୁ ୫୦ ଟଙ୍କାରେ ପହଞ୍ଚିଲାଣି ।

ଅଧିକ ପଢନ୍ତୁ

Odisha Darpan Digital