ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲ ମୂଳ ପୋଛ ହେବେ

ନକ୍ସଲ ପ୍ରସଙ୍ଗ ନେଇ ପୁଲିସ୍ ଡିଜି ୱାଇବି ଖୁରାନିଆଙ୍କ ବଡ଼ ମନ୍ତବ୍ୟ ଆସିଛି। ସେ କହିଛନ୍ତି ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲ ମୂଳ ପୋଛ ହେବେ। ନକ୍ସଲ ପ୍ରସଙ୍ଗ ନେଇ ବୈଠକ ପରେ ପୁଲିସ୍ ଡିଜିଙ୍କ ଏଭଳି ପ୍ରତିକ୍ରିୟା ଆସିଛି। ପୋଲିସ ଡିଜି ୱାଇ ବି ଖୁରାନିଆ କହିଛନ୍ତି, “ଆଶା କରୁଛୁ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲ ମୂଳପୋଛ ହେବ । ଏହି ଲକ୍ଷ୍ୟ ସେଥିରେ ସଫଳ ହେବ । କାରଣ ନକ୍ସଲ ମୂଳପୋଛ ପାଇଁ ଗୃହମନ୍ତ୍ରୀ ଟାର୍ଗେଟ ଦେଇଛନ୍ତି ।

ଓଡ଼ିଶା ପୋଲିସ ନକ୍ସଲ ଦମନ୍ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ରାଷ୍ଟ୍ରୀୟ ସ୍ତରରେ ଆମକୁ ମାନ୍ୟତା ମିଳିଛି, ଆମେ ସେ କାମକୁ ଆହୁରି ଆଗକୁ ନେବୁ । ତେବେ

ସୂଚନାଥାଉକି, ମଙ୍ଗଳବାର ଛତିଶଗଡ଼ ଦନ୍ତେଓ୍ବାଡ଼ାରେ ବଡ଼ ଅପରେସନରେ ୯ ମାଓବାଦୀ ନିପାତ ହୋଇଛନ୍ତି । ଏହା ସହ ମିଳିତ ଅପରେସନ ପାଇଁ ଯୋଜନା ହୋଇଛି । କାରଣ ମାଓବାଦୀମାନେ ଓଡ଼ିଶାମୁହାଁ ହୋଇଥିବା ନେଇ ସୂଚନା ମିଳିବା ପରେ ଛତିଶଗଡ଼ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି ।

ଅଧିକ ପଢନ୍ତୁ

kc ads