ସୋସିଆଲ୍ ମିଡିଆରେ ଗୋଟେ ଖବର ଭାଇରାଲ ହେଉଛି। ୨୦୨୬ ମାର୍ଚ୍ଚ ପରେ ମାର୍କେଟ୍ରୁ ୫୦୦ ଟଙ୍କିଆ ନୋଟ୍ ହଟାଇ ନେବ ଆର୍ବିଆଇ। ଅର୍ଥାତ୍ ଏହି ନୋଟ୍ ଆଉ ପ୍ରଚଳନ ହେବ ନାହିଁ। ସରକାରି ସଂସ୍ଥା PIB ତରଫରୁ ସୋସିଆଲ ମିଡିଆ ଏକ୍ସରେ ଏହି ମସେଜ୍ କୁ ଖଣ୍ଡନ କରାଯାଇଛି । PIB ତରଫରୁ କୁହାଯାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ୫୦୦ ଟଙ୍କିଆ ନୋଟ୍କୁ ବନ୍ଦ କରିବାର କୌଣସି ଘୋଷଣା କରାଯାଇନି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜ୍ ସମ୍ପୂର୍ଣ୍ଣ ମିଛ । ଏହି ଭାଇରାଲ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା କେବଳ ଏକ ଗୁଜବ। ସରକାରଙ୍କ ପକ୍ଷରୁ ବାରମ୍ବାର ସ୍ପଷ୍ଟ କରାଯାଇଛି ଯେ, ୫୦୦ ଟଙ୍କିଆ ନୋଟ୍ ବନ୍ଦ କରିବାର କୌଣସି ଯୋଜନା ବର୍ତ୍ତମାନ ନାହିଁ ।୫୦୦ ଟଙ୍କିଆ ଉଠି ଯିବ ବୋଲି ସୋସିଆଲ ମିଡିଆରେ ଖବର ଭାଇରାଲ ହେବା ପରେ ଲୋକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହାକୁ ନେଇ କିଛି ୟୁଜର ଏଟିଏମରୁ ₹୫୦୦ ନୋଟ୍ ଉଠାଇବା ବନ୍ଦ କରି ଦେଇଥିବା କହିଥିଲେ। ଆଉ କିଛି ସେମାନଙ୍କର ନଗଦ ସଞ୍ଚୟ ନେଇ ଚିନ୍ତିତ ହୋଇଯାଇଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏପରି ଗୁଜବ ଆର୍ଥିକ ଆଚରଣ ଉପରେ ଅସ୍ଥାୟୀ ଭାବରେ ପ୍ରଭାବ ପକାଇପାରେ।ଏହି ଖବର ଉପରେ ବିଶ୍ୱାସ କରି ଲୋକେ କିଛି ଭୁଲ୍ ଆର୍ଥିକ ନିଷ୍ପତ୍ତି ବି ନେଇପାରନ୍ତି, ଫଳରେ ସେମାନେ ଆର୍ଥିକ ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି। ତେଣୁ ଯେ ପର୍ଯ୍ୟନ୍ତ ସରକାରୀ ସ୍ତରରେ ଏଭଳି କୌଣସି ଖବର ପ୍ରକାଶ ପାଇ ନାହିଁ ସେ ପର୍ଯ୍ୟନ୍ତ ଗୁଜବ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ କି କୌଣସି ଭୁଲ ନିଷ୍ପତ୍ତି ନଅନ୍ତୁ ନାହିଁ।ସଂକ୍ଷେପରେ କହିବାକୁ ଗଲେ, ମାର୍ଚ୍ଚ ୨୦୨୬ ସୁଦ୍ଧା ୫୦୦ ଟଙ୍କିଆ ନୋଟ୍ ବନ୍ଦ ହେବାର ଖବର ସମ୍ପୂର୍ଣ୍ଣ ମିଥ୍ୟା । ଆପଣଙ୍କ ପାଖରେ ଥିବା ୫୦୦ ଟଙ୍କିଆ ନୋଟ୍ ସମ୍ପୂର୍ଣ୍ଣ ବୈଧ ଏବଂ ଏହାର କାରବାର ଜାରି ରହିବ। ଏହିପରି ଭ୍ରାମକ ଖବରଠାରୁ ଦୂରେଇ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ।
